କୋଲକାତା ଆଉଟ୍ରାମ ଘାଟରେ ସମ୍ପର୍ଣ୍ଣ ହେଲା ବାପି ଦାଙ୍କ ଅସ୍ତି ବିସର୍ଜନ

ଆଜି ବଲିଉଡର ଡିସ୍କୋ କିଙ୍ଗ ସ୍ୱର୍ଗତ ବାପି ଲାହିରିଙ୍କ ଅସ୍ତିକୁ ମୁମ୍ବାଇରୁ କୋଲକାତା ଅଣାଯାଇଛି ।

0

(ମୁମ୍ବାଇ) : ଆଜି ବଲିଉଡର ଡିସ୍କୋ କିଙ୍ଗ ସ୍ୱର୍ଗତ ବାପି ଲାହିରିଙ୍କ ଅସ୍ତିକୁ ମୁମ୍ବାଇରୁ କୋଲକାତା ଅଣାଯାଇଛି । ମୃତ୍ୟୁର ୧୬ ଦିନ ପରେ କୋଲକାତାର ଆଉଟ୍ରାମ ଘାଟରେ ତାଙ୍କ ଅସ୍ତି ବିସର୍ଜନ କରାଯାଇଛି। ବାପି ଦାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍ୱର୍ଗତ ସଙ୍ଗୀତକାରଙ୍କ ପତ୍ନୀ ଚିତ୍ରାଣୀ ଲାହିରି, ପୁଅ ବାପ୍ପା ଲାହିରି ଏବଂ ପରିବାରର ଅନ୍ୟ ସଦସ୍ୟମାନେ କୋଲକାତାରେ ପହଞ୍ଚିଥିଲେ।

ସୂଚନାନୁଯାୟୀ , ପରିବାର ସଦସ୍ୟ ସ୍ୱର୍ଗତ ଗାୟକଙ୍କ ଅସ୍ତିକୁ ଏକ ସଜ୍ଜିତ କାରରେ ଘାଟକୁ ଆଣିଥିଲେ। ପୁରୋହିତଙ୍କ ଦ୍ୱାରା ମନ୍ତ୍ର ପାଠ କରାଯିବା ପରେ ସମସ୍ତ ଧାର୍ମିକ ରୀତିନୀତି କରାଯାଇଥିଲା। ଏହି ଅବସରରେ ପରିବାରକୁ ସାହାଯ୍ୟ କରିବା ପାଇଁ ପଶ୍ଚିମବଙ୍ଗ ମନ୍ତ୍ରୀ ସୁଜିତ ବୋଷ ରାଜ୍ୟ ପକ୍ଷରୁ ଉପସ୍ଥିତ ଥିଲେ। ବାପି ଦାଙ୍କ ପୁଅ ବାପ୍ପା ଲାହିରି, ପତ୍ନୀ ଚିତ୍ରାଣୀ ଏବଂ ଝିଅ ରେମା ଲାହିରି ଅସ୍ତି ବିସର୍ଜିତ କରିଛନ୍ତି।