ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ରହିଛି ଉଲ୍ଲେଖ

0

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ତାଙ୍କ ମଥାରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଏହି ମୃତ୍ୟୁର ରହସ୍ୟ ଜାଣିବା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା । ରାଜଶ୍ରୀଙ୍କ ଗାଡି ଡିକିରୁ ପେଟ୍ରୋଲ ପକାଇଥିବା ବିଲ୍ ସହ ଏଟିଏମ୍ କାର୍ଡ ଜବତ ହୋଇଛି । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୁରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲସି । ଗତ ୧୩ ତାରିଖରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଆଠଗଡ ସୁବାସିଂ ଜଙ୍ଗଲରୁ ମିଳିଥିଲା । ୨୦୧୪-୧୫ ଓଡିଶା ସିନିୟର ମହିଳା କ୍ରିକେଟ ଟିମରେ ଖେଳୁଥିଲେ ରାଜଶ୍ରୀ ।