ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେବେ ଆଇଏଏସ୍ ଟିନା ଡାବି

0

ବ୍ୟୁରୋ: ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେବେ ଆଇଏଏସ୍ । ୟୁପିଏସସି ଟପର ଟିନା ଡାବୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏଥର କାହାକୁ ସେ ନିଜ ଜୀବନସାଥୀ କରିବେ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ସେ ନିଜ ଇନଷ୍ଟାଗ୍ରାମରେ ଜଣାଇଛନ୍ତି ।


୨୦୧୬ ବର୍ଷର ରାଜସ୍ଥାନ କ୍ୟାଡରର ଆଇଏଏସ୍ ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଖୁବ ଶୀଘ୍ର ବିବାହ କରିବେ । ପ୍ରଦୀପଙ୍କ ସହ ନିଜର ଏକ ଘନିଷ୍ଠ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହ ଏହି ଖବର ଜଣାଇଛନ୍ତି ଟିନା । ‘ଯେଉଁ ହସ ତୁମେ ଦେଇଛି ତାକୁ ହିଁ ପରିଧାନ କରିଛି’ ବୋଲି ନିଜ ପେଜରେ ପୋଷ୍ଟ କରିଛନ୍ତି ଟିନା । ସୂଚନାଅନୁସାରେ, ଟିନାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ଟିନା ୨୦୧୬ ବ୍ୟାଚର ଦ୍ୱିତୀୟ ଟପର୍ ଅତହର ଖାନଙ୍କ ସହ ବିବାହ କରିଥିଲେ । ହେଲେ ବେଶି ଦିନ ତିଷ୍ଠି ପାରିନଥିଲା ସେମାନଙ୍କ ସଂପର୍କ ।


୨୦୨୦ରେ ଦୁହେଁ ପାରସ୍ପରିକ ବୁଝାବଣାରେ ଛାଡପତ୍ର ନେଇଥିଲେ । ଟ୍ରେନିଙ୍ଗ ସମୟରେ ଦୁହିଁଙ୍କର ଦେଖା ଓ ଏହା ପ୍ରେମରେ ବଦଳିଯାଇଥିଲା । ଦୁହେଁ ଦୁଇ ସମ୍ପ୍ରଦାୟର ହୋଇଥିବାରୁ ଏହି ବିବାହକୁ ବିଭିନ୍ନ ମହଲରୁ ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟରୁ ବିରୋଧ ହୋଇଥିଲେ ବି ଦୁହେଁ ବିବାହ କରିଥିଲେ । ବିବାହ ପରେ ଅତହର ରାଜସ୍ଥାନରେ କାର୍ଯ୍ୟରତ ଥିଲେ । ହେଲେ ବିବାହ ବିଚ୍ଛେଦ ପରେ ସେ ଜାମ୍ମୁ-କାଶ୍ମୀର ଟ୍ରାନ୍ସଫର ହୋଇ ଚାଲିଯାଇଥିଲେ । ଏବେ ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେବେ ଆଇଏଏସ୍ ।