ପୁରୀ/ଜୟନ୍ତ କୁମର ସେଠୀ: ପବିତ୍ର ଦେବ ଦୀପାବଳି ରେ ଶ୍ରୀକ୍ଷେତ୍ର ଦିପ ମୟ ହୋଇଚି। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡ ରେ ହଜାର ହଜାର ଦିପ ଆଜି ପ୍ରଜ୍ବଳିତ ହୋଇଚି। ଓଡ଼ିଆ ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇ ଛନ୍ତି। ବଡ ଦାଣ୍ଡରେ ଥିବା ପ୍ରତେକ ଘରେ ଘରେ, ସବୁ ବ୍ୟବସାୟ ପ୍ରତିଷ୍ଠାନ ରେ ଆଜି ଦିପ ପ୍ରଜ୍ବଳିତ ହୋଇଚି। ଦେବ ଦୀପାବଳି ତିଥି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଂକ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେଇ ଥାନ୍ତି। ଏହି ଅବସର ରେ ଜଗତ ର କଲ୍ୟାଣ ସହ ଓଡ଼ିଶା ର ଉନ୍ନତି ପାଇଁ ଏହି ଦିପ ଦାନ କରାଯାଇଛି। ୨୦୨୦ ରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ଙ୍କ ଜିବନ ହାନି ହୋଇ ଥିଲା। ତେବେ ବିଶ୍ଵ ରୁ କୋଭିଡ ମହାମାରୀ ବିଲୋପ ଉଦ୍ଦେଶ୍ୟ ରେ ୨୦୨୧ ରେ ଓଡ଼ିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଏହି ନିଆରା ଦୀପ ଦାନ କାର୍ୟ୍ୟକ୍ରମ କରାଯାଇ ଥିଲା। ମହାପ୍ରଭୁ ଙ୍କ ନିକଟ ରେ ସମସ୍ତ ଙ୍କ ପ୍ରାର୍ଥନା ଯୋଗୁ ଭାରତ ରୁ କୋଭିଡ ମହାମାରୀ ଦୂରେଇ ଯାଇଚି। ଏଣୁ ଜଗତ ର କଲ୍ୟାଣ ପାଇଁ ଏହି ବିଶାଳ ଦିପ ଦାନ କାର୍ୟ୍ୟକ୍ରମ କରାଯାଇଛି।