(ନୟାଗଡ): ଭିଜିଲାନ୍ସ ଜାଲରେ ଏସଆଇ । ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଣି ଗୋଚ୍ଛା ଥାନା ଏସଆଇ ଲଳିତ ମୋହନ ପ୍ରଧାନ । ସୁଶାନ୍ତ ମୁଦୁଲିଙ୍କ ଟ୍ରକ୍ଟରକୁ ରିଲିଜ କରି ଦେବା ପାଇଁ ୬ହଜାର ଟଙ୍କା ମାଗିଥିଲେ । ମାତ୍ର ୨ହଜାର ଦେବ ବୋଲି କଥା ଫାଇନାଲ ହୋଇଥିଲା । ସୁଶାନ୍ତ ଏନେଇ ନୟାଗଡ ଭିଜିଲାନ୍ସ ଅଫିସରଙ୍କ ସହ ଯୋଗାଯୋଗ କରିଥିଲେ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସପି ଶିଶିର ଭୋଇ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।