ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ

0

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପର୍ବ ପାଇଁ ସାରା ଦେଶ ରାଜ୍ୟ ଉତ୍ସବ ମୁଖର | ଭାଇର ହାତରେସ୍ନେହର ରଖିବାନ୍ଧିବ ଭଉଣୀ | ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ସୁରକ୍ଷିତ।ଭାଇ ସାନ ହେଉ ଅବା ବଡ଼ ସବୁବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ତା ପାଖେ ଛିଡ଼ା ହୁଏ। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ

ଏହି ସ୍ନେହପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କଥା ଦେଇଥାଏ ସେହିପରି ରାକ୍ଷୀ ପୂର୍ଣ୍ଣିମାର ଅନ୍ୟନାମ ଗହ୍ମା ପୂର୍ଣ୍ଣିମା ଯାହାକୁ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ।କେବଳ ସେତିକି ନୁହେଁ ସମସ୍ତ ଘର ମାଙ୍କରେ ପିଠା ପଣାର ଆସର ଜମିଥାଏ |