ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପ ପାଇଁ ଧ୍ୱଂସ ବିଧ୍ୱଂସ ହୋଇଛି ତୁର୍କୀ । ଏହି ଭୂମିକମ୍ପରେ ଲୋକଙ୍କ ମୃତ୍ୟୁ ସଂଖ୍ୟ ୪ ହଜାରକୁ ପାର୍ କରିସାରିଲ।।ଣି । ଏବେ ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୧୦୦ ବର୍ଷ ମଧ୍ୟରେ ଏହା ଅଧିକ ତୀବ୍ରତା ଥିବା ଭୂମିକମ୍ପ । ଗୋଟିଏ ଭୂମିକମ୍ପର ତୀବ୍ରତା ୭.୫ ଥିବା ବେଳେ ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆସଙ୍କା କରାଯାଉଛି । ପ୍ରାୟ ୫୬୦୬ଟି ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ତର୍ଜାତୀୟ ଫୋରମ୍ରେ ଭାରତକୁ ବାରମ୍ବାର ବିରୋଧ କରୁଥିବା ତୁର୍କୀକୁ ଭାରତ ସାହାଯ୍ୟର ହାତ ବଢାଇଛି । ଭୂମିକମ୍ପ ପାଇଁ ପ୍ରଥମ ରିଲିଫ୍ ସାମଗ୍ରୀ ପଠାଇବା ସହ ତଲାସୀ ଏବଂ ଉଦ୍ଧାର କାର୍ୟ୍ୟ ପାଇଁ ଏନ୍ଡିଆର୍ଏଫ୍ ଏଂବ ମେଡିକାଲ୍ ଟିମ୍କୁ ତୁର୍କୀ ପଠାଯାଇଛି । ଏଥିରେ ତଲାସୀ କୁକୁର ସହ ଉଦ୍ଧାରକାର୍ୟ୍ୟରେ ପାରଙ୍ଗମ ମହିଳା ଏବଂ ପୁରୁଷ ଅଧିକାରୀମାନଙ୍କୁ ପଠାଯାଇଛି ।