ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ

0

(ଜୟନ୍ତ କୁମାର ସେଠୀ / ଗୋପ) ; ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟ ରଥକାଠ ପହଁଚିଛି । ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ଖଣ୍ଡ କାଠ । ୪୦ଫୁଟିଆ ୬୧ଖଣ୍ଡ ଧଉରା ଓ ୩୯ଖଣ୍ଡ ଅସନ କାଠ ଆସିଛି । ବୌଦ୍ଧ ଏବଂ ନୟାଗଡ ବନଖଣ୍ଡରୁ ଷଷ୍ଠ ପର୍ଯ୍ୟାୟରେ ରଥକାଠ ବୋଝେଇ ଦୁଇଟି ଟ୍ରକ ପୁରୀ ରଥଖଳାରେ ଆସି ପହଞ୍ଚିଛି। ସେଥିରେ ମୋଟ ୫୦ ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ଫୁଟିଆ ଅସନ ୨୦ ଖଣ୍ଡ ଓ ଧଉରା ୩୦ ଖଣ୍ଡ କାଠ ରହିଛି । ପୂର୍ବରୁ ଦୁଇଟି ଟ୍ରକରେ ମଧ୍ୟ ୫୦ଖଣ୍ଡ କାଠ ଆସିଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି।