ମାଆକୁ ଭଲ କରିବାକୁ ଯାଇ ପୁଅ ଗୁରୁତର

0

ଯାଜପୁର: ମୋ ପୁଅକୁ ଭଲ କରିଦିଅ । କିଏ ମୋତେ ସାହାର୍ଯ୍ୟ ଟିକେ କର । ମୁଁ ଗରୀବ ଲୋକଟି ସେତିକି ଅର୍ଥ ନାହିଁ ଯାହା ପାଇଁ ମୋ ପୁଅକୁ ମୁଁ ଭଲ କରିପାରୁନି । କେହି ଟିକେ ଗରୀବ ଅସହାୟ ମାଆକୁ ସାହାର୍ଯ୍ୟ କର । ଦୁଇମାସ ହେଲାଣି ମୋ ପୁଅ ବିଛଣାରେ ପଡିଛି । ତାର ଦୁଇଟି କିଡନି ନଷ୍ଟ ହୋଇଯାଇଛି । ମୋର ଗୋଟିଏ ବୋଲି ଅଳିଅଳୀ ବିସିକେସନ ପୁଅ । ତାକୁ ଟିକେ ଭଲ କରିବାରେ ସାହର୍ଯ୍ୟକୟ କର ଆମକୁ । ଏମିତି କିଛି କହି କାକୁତି ମିନତି ହେଉଛନ୍ତି ଅସହାୟ ମାଆ । ଏ ବୟସର ସାହା ଭରଷା ଥିବା ଗୋଟିଏ ପୁଅ ଆଜି ଦୁଇଟି କିଡନି ହରାଇ ଏବେ ବିଛଣାରେ ପଡିଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ପ୍ରୀତିପୁର ଗ୍ରାମରେ ।

ସେହି ଗ୍ରାମର ନବଘନ ପାତ୍ରଙ୍କ ପୁଅ କାହ୍ନୁ ଜୀବନରେ ଉଠିଛି ଝଡ ।ମାଆର ଚିକିତ୍ସା ପାଇଁ ଯାଇଥିଲା ପୁଅ ରୋଜଗାର କରିବାକୁ । କିନ୍ତୁ ଆଜି ସେ ପୁଅ ନିଜେ ଗୁରୁତର ଅବସ୍ଥାରେ ଫେରି ଆସିଛି ପୁଅ । ନିଜ ଚିକିତ୍ସା କରାଇବା ବି ଅସମ୍ଭବ ହୋଇପଡିଛି । ଦୁଃଖ ଯେତେବେଳେ ଆସେ ଭାଇ ବନ୍ଦୁଙ୍କ ସାଙ୍ଗରେ ନେଇକି ଆସେ । ନବଘପ ଜଣେ ଦିନ ମଜୁରିଆ ହେଲେ ବି ତାଙ୍କ ଜୀବନରେ ଆଜି ମାଡି ଆସିଛି ଦୁଃଖର ପାହାଡ ।

ତାଙ୍କ ସ୍ତ୍ରୀଙ୍କ ମଲ୍ଲୀ ଦୀର୍ଘଦୀନ ହେଲା କିଡ ନି ରୋଗରେ ପିଡିତ ଥିବାବେଳେ ପୁଣି ପୁଅ କାହ୍ନୁର ବି ସମାନ ଅବସ୍ଥା ହୋଇଛି । କାହାକୁ ଗଲ କରିବା ପାଇଁ ଦିନେ ପୁଅ ଯାଇଥିଲା ପୁଅ ରୋଜଗାର କରିବାକୁ ।ତାମିଲନାଡୁର ଏକ ସୂତା ମିଲରେ କାମ କରୁଥିବା କାହ୍ନୁ । କିନ୍ତୁ ଏବେ ମାଆକୁ ଭଲକିବେ କ’ଣ ନିଜେ କିଡିନ୍ ରୋଗରେପିଡିତ ହେବା ପରେ ପରିବାର ଲୋକେ ଏବେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏକମାତ୍ର ରୋଜଗାରୀଅ ପୁଅ ଏବେ ବିଛଣାରେ ପଡିରହିଛି । ପୁଅର ଚିକିତ୍ସା ପାଇଁ ଲକ୍ଷ ଲକ୍ଷଟଙ୍କ ଯୋଗାଡ କରିବାକୁ କହିସାରିଲେଣି ଡାକ୍ତର । ତେବେ ଏତେ ବଡ ଟଙ୍କା ଆସିବ କେଉଁଠି? ଏନେଇ ପରିବାର ଲୋକେ ଏବେ ଚିନ୍ତାରେ । ଚାହିଁ ବସିଛନ୍ତି ସେହି ସରକାରୀ ସହାୟତାକୁ ।