ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଆଉ ଏହି ତୃତୀୟ ଦିନରେ ମୂଳତବି ଆଲୋଚନା ସମୟରେ ଫସଲ ବୀମା ଯୋଜନା ସହ କୃଷି ଭିତିକ ଆଲୋଚନା ହୋଇଥିଲା | ପୁଣି ଅପରାହ୍ନ 4 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ସମବାୟ ମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର ରଖୁଥିବାରୁ ଅସନ୍ତୋଷ ବ୍ୟକ୍ତ କାଇଥିଲା ବିଜେପି । ପଦ୍ମପୁର ଉପନିର୍ବାଚନ ବଡ଼ ହେଲା କି ବୋଲି ପ୍ରଶ୍ନ କରି ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପି ଧାରଣା ଦେଇଥିଲା । ବିଜେପି ସଦସ୍ୟଙ୍କୁ ରାଜସ୍ୱ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଗଲେ ବୁଝାଇବାକୁ ଏପରିକି ଧାରଣାରୁ ଉଠିବାକୁ ବିଜେପି ସଦସ୍ୟଙ୍କୁ ବାଚସ୍ପତି ଅନୁରୋଧ କରିଥିଲେ | ଅନୁରୋଧ ପରେ ବି ଧାରଣାରୁ ଉଠିଲେନାହିଁ ବିଜେପି ସଦସ୍ୟ | ଏହି ପର୍ଯ୍ୟାୟରେ ପୁଣି ଅପରାହ୍ନ 4 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି |