ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ

0

ଗୋପ(ଜୟନ୍ତ କୁମାର ସେଠି): ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିଥାଏ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ହନୁମାନ ମନ୍ଦିର କୁ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇ ଥାଏ । ସେହିପରି ଆଜି ପଣା ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିର ରେ ନୂଆ ପଞ୍ଜୀକା କାର୍ଯ୍ୟକାରି ହୋଇ ଥାଏ । ଦୋଳ ପୂର୍ଣ୍ଣିମା ରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥାଏ । ଆଜି ଠାରୁ ନୁତନ ପଞ୍ଜିକା ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇ ଥାଏ । ଆଜି ପଣା ସଂକ୍ରାନ୍ତି ଅଵସର ରେ ନୁତନ ପଞ୍ଜିକା ଓଡିଶା ରେ ଲାଗୁ ହେଉଥିବା ଯୋଗୁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ସାରା ଓଡ଼ିଶାରେ ପାଳନ କରାଯାଏ । ଏଥିପାଇଁ ଆଜି ଶ୍ରୀମନ୍ଦିର ରେ ଅନେକ ଭକ୍ତ ଙ୍କ ଭିଡ଼ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ ଆନନ୍ଦିତ ହୋଇ ଛନ୍ତି ।ସାରା ବିଶ୍ୱ ରେ ଶାନ୍ତି , ମୈତ୍ରୀ , ଭାତୃଭାବ , ଭାଇଚାରା ବଜାୟ ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ଭକ୍ତ ପ୍ରାର୍ଥନା କରିଛନ୍ତି ।