ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ

0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ବିଫଳତାକୁ ନେଇ ଆଜି ରାଜଭବନ ଘେରାଉ କରିବ କଂଗ୍ରେସ ।ଦିନ ୧୧.୩୦ରେ ରାଜଭବନ ସମୁଖରେ ଶତାଧିକ କଂଗ୍ରେସ କର୍ମୀ ଅନେକ ସମସ୍ୟାକୁ ନେଇ ରାଜଭବନ ଘେରାଉ କରିବେ |ମୁଖ୍ୟ ସମସ୍ୟା କହିବାକୁ କଲେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ । ଏହି ସବୁ ସମସ୍ୟା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ରାଜଭବନ ଘେରାଉ କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବେ |

କଂଗ୍ରେସର ମତ ଅନୁସାରେ ଅତ୍ୟାବଶ୍ୟକ ଜିଏସଟି ଲାଗୁକରି କେନ୍ଦ୍ର ସରକାର ଗରିବଙ୍କ ପେଟରେ ନାତ ମାରିବା ସହ ସମାନ |ସେହିପରି ଟିକସ ଲାଗୁ କରିବାକୁ କେନ୍ଦ୍ରକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ତୁଳନା କରିଛି କଂଗ୍ରେସ । କେବଳ ସେତିକି ନୁହେଁ ରାଜ୍ୟବ୍ୟାପୀ ଓ ଜିଲ୍ଲା ସ୍ତରୀୟ  ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ |