ମଣ୍ଡିରେ ଧାନ କିଣାକୁ ମିଲର ମାନଙ୍କ ହାତରେ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର:ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

0

ଭୁବନେଶ୍ୱର: ଆଜି ବସୁଛି ଭାରତୀୟ ଜନତା ପାର୍ଟି ର ପଦାଧିକାରୀ ଓ ଜିଲ୍ଲା ସଭାପତି ଙ୍କ ବୈଠକ  । ରାଜ୍ୟ କାର୍ଯ୍ୟକାରିଣୀରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହେବ, ତାହା ଆଜିର ବୈଠକରେ ନିର୍ଦ୍ଧାରିତ ହେବ । ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ନେଇ ବ୍ୟାପକ ଆନ୍ଦୋଳନର ପ୍ରସ୍ତୁତି ରାଜ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟ ଫୋକସ ରହିବ ।  ଚାଷୀଙ୍କୁ ଠକିଲେ, ଆଜି ପର୍ଯ୍ୟନ୍ତ ମଣ୍ଡି ଅବ୍ୟବସ୍ଥା ଠିକ୍ ହେଲା ନାହିଁ । ଧାନ କଟନୀ ଛଟନୀ ଆହୁରି ବଢ଼ି ଯାଇଛି । ୧୦ କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି । ମଣ୍ଡିରେ ଧାନ କିଣାକୁ ମିଲର ମାନଙ୍କ ହାତରେ ବିକ୍ରି କରିଦେଇଛନ୍ତି ରାଜ୍ୟ ସରକାର । ଏ ପ୍ରକ୍ରିୟା ବିରୋଧରେ ଆନ୍ଦୋଳନ କରିବ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ ଏ କଥାକୁ ନେଇ ୩ ବର୍ଷ ଧରି ବିଜେପି ଲଢେଇ ଜାରି ରଖିଛି । କିନ୍ତୁ ରାଜ୍ୟ ସରକାର ଯେଉଁ ତାଲିକା କରିଛନ୍ତି, ସେଥିରେ ପାଖାପାଖି ୨ରୁ ଅଢ଼େଇ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରଖିଛନ୍ତି ରାଜ୍ୟ ସରକାର ।

 

ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଅଯୋଗ୍ୟଙ୍କ ତାଲିକାକୁ ପାସ କରିବା ପାଇଁ ତରବରିଆ ଭାବରେ ୨୬ ଓ ୩୦ ତାରିଖରେ ଗ୍ରାମ ସଭା କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ଏହାକୁ ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ କରିବ ବିଜେପି । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଛି । ଏହା ବିରୋଧରେ ମଧ୍ୟ ଆନ୍ଦୋଳନ କରିବ ବିଜେପି । ଏଭଳି ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଗାମୀ ଆନ୍ଦୋଳନ ପାଇଁ ରୂପରେଖ ଏହି କାର୍ୟ୍ୟକାରିଣୀରେ ପ୍ରସ୍ତୁତ କରିବ ଦଳ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।