ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର

0

ଭୁବନେଶ୍ୱର: ସବୁଜ ରଙ୍ଗର ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ତେବେ ମୁଖୁଁଆମନ୍ତ୍ରୀ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧି ନବୀନ ନିବାସରେ ଫୋଟୋ ସେୟାର ହୋଇଛି | ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ୍ ମିଡିଆରେ ରାଜ୍ୟ କ୍ରୀଡା ପାଇଁ ଜର୍ସି ବାଛିବାକୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଆହ୍ବାନ କରିଥିଲେ । ଏଥିରେ ମଲ୍ଟି ଆପ୍ସନ ଦିଆଯାଇଥିଲା | ଅପସନ୍ ବି କୁ ଲୋକଙ୍କ ସର୍ବାଧିକ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟରେ ରହିଛି ଅପସନ୍ ସି ।

ଅର୍ଥାତ ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି । ସେହିପରି ରାଜ୍ୟ କ୍ରୀଡା ପାଇଁ ସୃଜନଶୀଳ ଟ୍ୟାଗ ଲାଇନ ବାଛିବାକୁ ଇନଷ୍ଟାଗ୍ରାମରେ ଆହ୍ବାନ କରିଥିଲେ ଫାଇଭ୍ ଟି ସଚିବ। ଏଥିରେ ବହୁତ ଭଲ ରେସପନସ ଦେଖିବାକୁ ମିଳିଥିଲା । ତେବେ ଏଥିରେ ୧୦ହଜାରରୁ ଅଧିକ ଟ୍ୟାଗଲାଇନ୍ ଆସିଥିଲା । ଏହାମଧ୍ୟରୁ ୨୦ଜଣଙ୍କୁ ବଛାଯାଇଛି । ସମସ୍ତ ବିଜେତାଙ୍କୁ ଯୋଗାଯୋଗ କରି ସୋଭେନିୟର ଦିଆଯିବ ।