ରାଜ୍ୟରେ କମିବ ଶୀତ

0

ଭୁବନେଶ୍ୱର: ବଦଳିବ ରାଜ୍ୟର ପାଣିବାଗ । ଆଉ ଦୁଇ ଦିନ ପରେ ଖସିପାରେ ତାପମାତ୍ରା । ଅନୁଭୂତ ହୋଇପାରେ କମ ଶୀତ । ଚଢିପାରେ ପାରଦ । ଏ ନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।
ଖୁବଶୀଘ୍ର ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ । ଦୁଇ ଦିନ ପରେ ଲଗାତାର ତିନି ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିବ । ତେବେ ଏହି ଦୁଇ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେରାଜ୍ୟର ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢିବ ବୋଲି ଅନୁମାନ କରାଯାଉଛି । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଦାରିଙ୍ଗିବାଡ଼ି ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୯.୮, ବାରିପଦାରେ ୧୦.୫, ଚାନ୍ଦବାଲିରେ ୧୦.୮, ନୟାଗଡ଼ରେ ୧୧, ବାଲେଶ୍ୱରରେ ୧୧.୫, ହାରୀକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ଥିଲା ।