ଖସିବାରେ ଲାଗିଛି ସେୟାର ମାର୍କେଟ !

0

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣର ପ୍ରଭାବ ସାରା ବିଶ୍ୱ ଉପରେ ପଡିବାରେ ଲାଗିଛି । କେବଳ ସାମରିକ ଦୃ୍‌ଷ୍ଟିକୋଣରୁ ନୁହୈଁ ବରଂ ଅର୍ଥନୀତି ଉପରେ ମଧ୍ୟ ସମାନ ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ଯୁଦ୍ଧ ସିନା ୟୁକ୍ରେନ ରେ ହେଉଛ କିନ୍ତୁ ତାର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଛି । ଏପରିକି ଭାରତରେ ମଧ୍ୟ । ବିଶେଷକରି ସେୟାର ମର୍କେଟ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପାଡୁଥିବାର ଦେଖା ଦେଇଛି । ଏଥିରେ ଇନଭେଷ୍ଟ କରିଥିବା ଲୋକଙ୍କର ତ ନିଦ ହଜି ଯାଇଛି । କାରଣ ଏହାର ସେନସେକ୍ସ ୧୩ ଶହ ପଏଣ୍ଟ ଖସିଛି । ସେହିପରି ନିଫଟି ୪ ଶହ ପଏଣ୍ଟ ଖସି ୧୫ ହଜାର ୯ ଶହରେ ପହଞ୍ଚିଛି ।

ଯୁଦ୍ଧସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାର ହୋଇଛି ।ଏହରି ଭିତରେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ଉପରେ କଡା ଆର୍ଥିକ ପ୍ରତିବନ୍ଧକ ଲଗାଯାଇଛି । ଏବେ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଋଷ ତୈଳ ଓ ଗ୍ୟାସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ଚଳାଇଛନ୍ତି । ଫଳରେ ଅଶୋଧିତ ତୈଳ ଦର ଗତ ୧୩ ବର୍ଷରେ ରେକର୍ଡ ଛୁଇଁଛି । ଏଣୁ କିଛି ଦିନ ହେଲା ବଜାର ଅସ୍ଥିର ରହିଛି ।