ଉତ୍କଳ ଦିବସରେ ଦେଖିବାକୁ ମିଳିବ ଓଡ଼ିଆ ବରପୁତ୍ରଙ୍କ କାହାଣୀ

ଓଟିଟିରେ ଦେଖିବାକୁ ମିଳିବ ଓଡ଼ିଆ ବରପୁତ୍ରଙ୍କ କାହାଣୀ ।

0

(ଭୁବନେଶ୍ୱର) : ଓଟିଟିରେ ଦେଖିବାକୁ ମିଳିବ ଓଡ଼ିଆ ବରପୁତ୍ରଙ୍କ କାହାଣୀ । କାରଣ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ସାଧକ ତଥା ବରପୁତ୍ରମାନଙ୍କ ଜୀବନ କାହାଣୀକୁ ନେଇ ଓଟିଟି କଞ୍ଚାଲଙ୍କା ପ୍ରସ୍ତୁତ କରିଛି ‘ବନ୍ଦେ ଉତ୍କଳ ଜନନୀ’ । ଯାହା ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ମହାପୁରୁଷଙ୍କ ମଧ୍ୟରେ ରହିଛନ୍ତି ; ଅତିବଡୀ ଜଗନ୍ନାଥ ଦାଶ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀରମାହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତି ।