ଓଡିଶା : ଓଡିଶାରେ ଆଉ ଏକ ବାଲଷ୍ଟିକ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଂଚପ୍ୟାଡରୁ ପରୀକ୍ଷା ହୋଇଥିଲା ପୃଥ୍ବୀ-୨ ମିସାଇଲ । ସଂନ୍ଧ୍ୟା ୮ ଟା ୩୦ ମିନିଟରେ ହେଲା ରାତ୍ରୀକାଳୀନ ପରୀକ୍ଷା । ଉତକ୍ଷେପଣରୁ ମିଳିଥିବା ତଥ୍ୟକୁ ନେଇ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମିକ୍ଷା କରୁଛନ୍ତି । ସ୍ଥଳଭାଗରୁ ସ୍ଥଳଭାଗକୁ ପୃଥ୍ବୀ-୨ ମିସାଇଲ ୩୫୦ କିଲୋମିଟର ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲର ଆଜିର ପରୀକ୍ଷଣରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବ୍ୟବହାର କରାଯାଇଛି।