କାଉଡି ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଯୋଗୀ ସରକାରଙ୍କୁ ନୋଟିସ୍

0

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କୋଭିଡ ସଂକ୍ରମଣ ସ୍ୱତ୍ତେ ଉତ୍ତରପ୍ରଦେଶରେ କାଉଡି ଯାତ୍ରାକୁ ଅନୁମତି ମିଳିବା ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରମକୋର୍ଟ ନୋଟିସ ଜାରି କରିଛି ।
ଗୋଟିଏ ଦିନ ପୂର୍ବରୁ ମୋଦି ଯେେତେବେଳେ ଜନଗହଳି ନକରିବାପାଇଁ ଜମସାଧାରଣ ମାନଙ୍କୁ ସତର୍କ କରାଇବା ସହିତ ସାମାଜିକ ଦୂରତା ମାନିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିବା ବେଳେ ଉତ୍ତରପ୍ରଦେଶ ସରକାର କାଉଡି ଯାତ୍ରାକୁ ଅନୁମତି ଦେବା ଦୁର୍ଭାଗ୍ୟ ଅଟେ ବୋଲି ସୁପ୍ରିମକୋର୍ଟଙ୍କ କହିଛନ୍ତି ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଉତ୍ତାରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିବା ପରେ ସେଠାରେ କାଉଡି ଯାତ୍ରାକୁ ରଦ୍ଧ କରାଯାଇଅଛି । କରୋନାର ଦ୍ୱୀତିୟ ଲହର ସଂପୁର୍ଣ୍ଣ ଭାବେ କମିନଥିବା ସହିତ ଏପରି ସ୍ଥଳେ କାଉଡି ଯାତ୍ରାକୁ ଉତ୍ତରପ୍ରଦେଶ ସରକାର ଅନୁମତି ଦେବା ତାହା ଚିନ୍ତାର ବିଷୟ ବୋଲି ସୁପ୍ରମକୋର୍ଟ ପକ୍ଷରୁ କୁହାଯାଇଛି ।