ପାଠପଢା ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ !

ଏହି ଘଟଣାକୁ ଏବେ ପଦାକୁ ଆଣିଛି ଉଚ୍ଚଶିକ୍ଷା ବିଭାଗର ଏକ ଚିଠି

0

ଭୁବନେଶ୍ୱର: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଭୟ ଦେଖାଇ ଜଣେ ଛାତ୍ରୀଙ୍କୁ ମାସ ମାସ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲେ ଅଧ୍ୟପକ । ଆଉ ଏଭଳି ଭୟଙ୍କର ଓ ସମ୍ବେଦନ ଶିଳ ଘଟଣାକୁ ଘଣ୍ଟ ଘୋଡାଇ ବାକୁ ଚେଷ୍ଟା କରୁଥିଲେ ଖୋଦ କଲେଜ କର୍ତ୍ତୁପକ୍ଷ । ହେଲେ ଏହି ଘଟଣାକୁ ଏବେ ପଦାକୁ ଆଣିଛି ଉଚ୍ଚଶିକ୍ଷା ବିଭାଗର ଏକ ଚିଠି । ଏଭଳି ସମ୍ବେଦନ ଶିଳ ଘଟଣା ଘଟିଛି ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକ୍ନୋଲୋଜିରେ । ଏଠାକାର ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଜେଣେ ସାଇନ୍ସ ଅଧ୍ୟପକ ପ୍ରଭୁ ଚରଣ ଗଛାୟତ ଗତ କିଛି ମାସ ହେଲା ଦୁଷ୍କର୍ମ କରିବା ସହ ଦେଇଆସୁଥିଲେ ଯୌନ ନିର୍ଯାତନା । ଯାହାକୁ ନେଇ ଜୁନ 22 ରେ ଅଭିଯୋଗ ଦେଇଥିଲେ ଛାତ୍ରୀ । କିନ୍ତୁ ଦଃଖର କଥା ଯେ ଏହାକୁ କଲେଜ କର୍ତ୍ତୁପକ୍ଷ ଲୁଚାଇବାକୁ ଚେଷ୍ଟା କରିଥିଲେ ।

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଧ୍ୟପକ ଜଣଙ୍କ ପ୍ରଥମେ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ଛାତ୍ରି ଜଣଙ୍କ ତାଙ୍କୁ ମନା କରିବାରୁ ଡରାଇ ଧମକାଇ ଶାରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ତେବେ ସେହି ଅଧ୍ୟପକ ଜଣଙ୍କ କଲେଜର ଏନସିସି ଅଫିସର ଦାୟିତ୍ୱରେ ଅଛନ୍ତି । ଛାତ୍ରୀ ଜଣଙ୍କ ମଧ୍ୟ ଏହି ପାଠ୍ୟକ୍ରମ ନେଇଥିବାରୁ ନିର୍ଯାତନା ଦେବାକୁ ସହଜ ହୋଇଯାଇଥିଲା ଅଧ୍ୟପକଙ୍କ ପାଇଁ । ତାଙ୍କ ନିର୍ଯାତନା ଏତେ ବଢିଗଲା ଯେ ଶେଷରେ କଲେଜ କତତ୍ତୁପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା ଛାତ୍ରୀ ଜଣଙ୍କ । କିନ୍ତୁ କଲେଜ ଏହି ଘଟଣାରେ ପୋଲିସର ସାହାଯ୍ୟ ନ ନେଇ ଅଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ କରି ଘଟଣାକୁ ଚପାଇ ଦେବାକୁ କରିଥିଲେ ଉଦ୍ୟମ ।

କିନ୍ତୁ କୁହନ୍ତି ଚୋର ଘର ସବୁବେଳେ ଅନ୍ଧାର ନଥାଏ । କାରଣ ଏହି ଘଟଣା ଯାଇ ପହଞ୍ଚିଥିଲା ସିଧା ଉଚ୍ଚଶିକ୍ଷା ବିଭାଗର କାନରେ । ଯାହାପରେ ଏଘଟଣା ନେଇଛି ଏକ ନୂଆମୋଡ । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କ ପାଖକୁ ଏକ ଚିଠି ପଠା ଯାଇଛି । ଯୌନ ନିର୍ଯାତନା ଆଇନ ୨୦୧୩ ଅନୁଯାୟୀ ଏହି ଘଟଣା ସମ୍ପର୍କରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅଭିଯୁକ୍ତ ଅଧ୍ୟାପକଙ୍କୁ କୁଚିଣ୍ଡା ବଦଳି କରି ଦିଆଯାଇଛି। ଏହାସହ ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଜିଲ୍ଲା ଅଭିଯୋଗ କମିଟିରେ ରିପୋର୍ଟ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଏ ଚିଠି ନେଇ ଅଧ୍ୟକ୍ଷଙ୍କ ପାଖରେ କୌଣସି ଖବର ନଥିବା ସେ କହିଛନ୍ତି । ଏଥି ସହ ଏହା ମଧ୍ୟ କହିଛନ୍ତି ଯେ ଉଚ୍ଚ ଶିକ୍ଷା ବିଭାଗ ଚିଠି ଏଯାଏ ହସ୍ତଗତ ହୋଇ ନାହିଁ । ତେବେ ଦର୍ଶକ ବନ୍ଧୁ ଗୁରୁଶିଷ୍ୟ ସମ୍ପର୍କକୁ ଏଭଳି କିଛି ବ୍ୟକ୍ତି କଳଙ୍କିତ କରିସାରିଲେଣି । ଏହି ଘଟଣା ସାମ୍ନାକୁ ଆସିବାପରେ । ପିଲାଙ୍କୁ କଲେଜ ଛ।ଡିବାକୁ ଭୟକଲେଣି ଅବିଭାବକ ।