ଓଡିଶା ପର୍ଯ୍ୟଟନ

ଆସନ୍ତାକାଲିଠୁ ଖୋଲିବ ମନ୍ଦିର ମସଜିଦ

ସୋନପୁର /ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ମନ୍ଦିର ମସଜିଦ ସମେତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ସୋନପୁର ଉପ ଜିଲ୍ଲାପାଳ ନିହାର କଁଅର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜରୁରୀ କାଳୀନ ବିଭାଗ ଅନୁସାରେ ଏହି ନିର୍ଦେଶନାମା ଜାରି କରିବା ସହ କିଛି କଟକଣା ଜାରି କରିଛନ୍ତି । ଜାରି ନିର୍ଦେଶନାମା ଅନୁଯାୟୀ , ମନ୍ଦିର ଖୋଲିବା ସଂକ୍ରାନ୍ତ ରେ ନିର୍ବାହୀ ଅଧିକାରୀ, ଦେଵତ୍ତର ସ୍ଥାନୀୟ ତହସିଲଦାର, ସମସ୍ତ ଥାନା ଅଧିକାରୀ, ମନ୍ଦିର ପୂଜାରୀ ସେବାୟତ ସ୍ଥାନୀୟ ପୂଜକ ମାନଙ୍କୁ ନେଇ ଏକ ବୈଠକ କରି କଡାକଡି କୋଭିଡ କଟକଣା ମଧ୍ୟରେ ମନ୍ଦିର ପ୍ରବେଶ ନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି । ମନ୍ଦିର ପୂଜକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ବିନା ଲକ୍ଷଣ ଥିବା ପୂଜକଙ୍କୁ କେବଳ ପୂଜା ପାଇଁ ଅନୁମତି ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଭକ୍ତ ମାନେ ମନ୍ଦିର ଭିତରେ ଥିବା କୌଣସି ମୂର୍ତ୍ତି ଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି ଓ ମନ୍ଦିର ଭିତରେ ଦୀପ, ଫୁଲ, ପ୍ରସାଦ ଆଦିକୁ ବାରଣ କରାଯିବା ସହ ମନ୍ଦିର ପରିସର ମଧ୍ୟରେ କୌଣସି ପ୍ରସାଦ ସେବନକୁ ମଧ୍ୟ ବାରଣ କରାଯାଇଛି ।

Related posts

ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ

Report

ନିଆଁରେ ୪ ବଖରା ଜଳିଗଲା

Report

ପୋଲିସ ପକ୍ଷରୁ ଜଳଛତ୍ର ଉଦଘାଟିତ

Report

Leave a Comment