ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ମିସାଇଲ HSTDV

0

ବାଲେଶ୍ବର: ପରୀକ୍ଷଣ ହେଲା ହାଇପରସୋନିକ ମିସାଇଲ HSTDV | ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ ହେଲା ଏହି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ | ସବୁଠୁ ବଡ ଏବଂ ଆକର୍ଷଣୀୟ କଥା ହେଲା ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ।

ଏଥିରେ HSTDV ହେଉଛି ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେଟର ଭେଇକିଲ। ଏହା ହାଇପରସୋନିକ ଓ ଦୂରଗାମୀ କ୍ରୁଜ ମିସାଇଲକୁ ନେଇପାରିବ। ଏହାର ତୀବ୍ର ବେଗ କାରଣରୁ ଅଧିକାଂଶ ରାଡାର ଏହାକୁ ଠାବ କରିବାରେ ସକ୍ଷମ ହୋଇପାରିନଥାନ୍ତି। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଛି।