ସୁରୁଖୁରୁରେ ଚାଲିଛି ବିଧାନସଭାର ତୃତୀୟ ଦିନ, ବିଧାନସଭାରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ

0

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ଚାଷୀ ପ୍ରସଙ୍ଗରେ ସରଗରମ ହୋଇପାରେ ଗୃହ । ଲଗାତାର ୨ ଦିନ ହେଲା ଚାଷୀ ପ୍ରସଙ୍ଗକୁ ନେଇ ହଙ୍ଗାମା କରୁଛନ୍ତି ଉଭୟ ବିଜେପି ଓ ବିଜେଡି |ଚାଷୀ ପ୍ରସଙ୍ଗରେ  କଂଗ୍ରେସ ଆଣିଛି ମୁଲତବି ପ୍ରସ୍ତାବ,ରାଜ୍ୟରେ ଚାଷୀ ଶୋଷଣର ଶିକାର । ଧାନବିକ୍ରୀରେ ବ୍ୟାପକ ଅବ୍ୟବସ୍ଥା ସହ ଇନପୁଟ ସବସିଡି ଓ ବୀମାରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିଥିବା ବେଳେ କୃଷି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ରଖିବେ ଉତ୍ତର ।