ଅଗଷ୍ଟରୁ ଅକ୍ଟୋବର ଭିତରେ ତୃତୀୟ ଲହର

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର କମିବାରେ ଲାଗିଛି । ସାର୍ବଜନିନ ଟୀକା କରଣ ମଧ୍ୟ ସରକାରଙ୍କ ତରଫରୁ ଚାଲିଛି ଏହା ମଧ୍ୟରେ ତୃତୀୟ ଲହରର ଆଶଙ୍କା ମଧ୍ୟ ଘାରିବା ଲାଗିଛି ଲୋକଙ୍କୁ । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଦ୍ୱାରା ତୃତୀୟ ଲହରର ଆସିବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଓଡିଶାରେ ଦ୍ୱିତୀୟ ଲହର କମିଆସୁଥିବା ବେଳେ ୫୪ ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କାଲି କେନ୍ଦ୍ର ସରକାର କହିଛନ୍ତି । ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ବିଜୟ ମହାପାତ୍ର କହିବା ମୁତାବକ, ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିଲେ ବି ବର୍ତ୍ତମାନ ସୁଦ୍ଧା ଦ୍ଵିତୀୟ ଲହରରୁ ଆମେ ବାହାରି ନାହୁଁ। ଏହା ଏବେ ବି ଜାରି ରହିଛି। ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହିଛି। ଵିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଅଧିକ ସଂକ୍ରମଣ ରହୁଛି। ତେବେ ଆମେ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି କରିଛୁ, ଯାହା ଆବଶ୍ୟକ ସେ କାର୍ୟ୍ୟ କରାଯାଉଛି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ଟ୍ରେନିଂ ଦିଆଯିବା ସହ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଜାତୀୟ ରାଜପଥ କଡ଼ରେ ଥିବା ଅଞ୍ଚଳରେ ଏବେ ସଂକ୍ରମଣ ବଢୁଛି। ହେଲେ ଏବେ ଯେଉଁ ମୃତ୍ୟୁ ରିପୋର୍ଟ ଆସୁଛି ଏ ସବୁ ଅଡିଟ ରିପୋର୍ଟ। ସେଥିପାଇଁ ଭିୟଭିତ ନହେବା ପାଇଁ କହିଛନ୍ତି ।