ନିଜ ଦେଶକୁ ରକ୍ଷା କରିବା ପାଇଁ ବିଦେଶରୁ ଫେରିଲେ ୟୁକ୍ରେନୀୟ

0

ଖାରକିଭ୍ : ୧୦ ଦିନ ପୁରିଲା ଋଷ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ । ଏହା ଭିତରେ ୟୁକ୍ରେନ ରାଜଧନୀ କିଭ୍‌, ଖାରକିଭ୍‌, ସୁମି ପରି ବଡ ବଡ ସହର ଉପରେ ତାର କାୟା ବିସ୍ଥାର କରିବାରେ ଲାଗିଛି । ଯୁଦ୍ଧ ତୀବ୍ରତର ହୋଇପଡିଛି । ଏହାରି ଭିତରେ ଏକ ଦେଶ ପ୍ରେମର ପ୍ରତିକ ସମ୍ନାକୁ ଅସିଛି । ଯୁଦ୍ଧ ଦାଉରୁ ବଞ୍ଚିବା ପାଇଁ କିଛିଲୋକ ବଙ୍କର ତଳେ ଲୁଚୁରହିଛନ୍ତି ।

ସେତିକିବେଳେ, ଏକ ବଡ ଖବର ସାମ୍ନାକୁ ଆସିଛି ଜ୍ଝ ବିଦେଶରୁ ଫେରୁଛନ୍ତି ୟୁକ୍ରେନ ବାସୀ । ଲୋକେ ୟୁକ୍ରେନ ଛାଡି ଚାଲି ଯାଉଥିବା ବେଳେ ଋଷ ସହ ମୁକାବିଲା କରିବା ପାଇଁ ଅଉ ନିଜ ଦେଶକୁ ଋଷ କବଳରୁ ମୁକ୍ତି କରିବାପାଇଁ ଆଗେଇ ଆସିଛନ୍ତି ଅନେକ ନାଗରିକ । ପାଖାପାଖି ୬୬ ହଜାର ଲୋକ ନିଜ ଦେଶକୁ ଫେରୁଥିବାର ଖବର ଆସିଛି ଜ୍ଝ ୟୁକ୍ରେନୀୟମାନେ ଋଷର ସୈନିକମାନଙ୍କ ସହ ମୁହାଁମୁହିଁ ଲଢେଇ ପାଇଁ ଏବେ ବିଦେଶରୁ ଫେରୁଛନ୍ତି।ନିଜ ଦେଶକୁ ସୁରକ୍ଷା ଦେବେ ଆଉ ଋଷ ସୈନିକ ସହ ଯୁଦ୍ଧ କରିବେ ସେମାନେ ।