ସୋସିଆଲ ମିଡିଆରେ ସାଧାରଣ ଜନତାଙ୍କୁ ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ

0

ଭୁବନେଶ୍ବର :ସାଧାରଣ ଜନତାଙ୍କୁ ଖୁଲମ ଖୁଲା ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ତାହା ପୁଣି ସୋସିଆଲ ମିଡିଆରେ | ଆମେ ଆଉ କାହାକଥା କହୁନୁ ସେ ହେଉଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କିଛି ମାସ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ ମାରି , ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ବିଶେଶ୍ୱର ଟୁଡୁ ପୁଣି ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି |ସୋସିଆଲ ମିଡିଆରେ ଯିଏ ବି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପୋଷ୍ଟରେ କିଛି ତାଙ୍କ ବିପକ୍ଷରେ ଲେଖିଲେ ତାଙ୍କୁ ସେ ଗାଳି କରିବା ଆରମ୍ଭ କରିଦେଲେ। ଫେସବୁକ ପୋଷ୍ଟରେ ଯିଏ ଯାହା ପଚାରିଲେ ମାଡ ହେବ, ପିଠିରୁ ଚୋପା ଛାଡିଯିବ ଭଳି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଶବ୍ଦରେ ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ଜନତାଙ୍କ ଭୋଟରେ ସେ ଆଜି କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ଫେସବୁକରେ ଖୁବ ଧୁଲେଇ କରିଛନ୍ତି ବିଶ୍ୱେଶ୍ୱର । ମନ୍ତ୍ରୀଙ୍କ ଏଭଳି ଧମକପୂର୍ଣ୍ଣ ପୋଷ୍ଟର କିଛି ସ୍କ୍ରିନ ସଟ୍ ଏବେ ଭାଇରାଲ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଏପରି ସୋସିଆଲ ମିଡିଆରେ ଗାଳି କରିବାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି।

ତେବେ ଘଟଣାଟି ଏପରି ହୋଇଛି ଗତକାଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରସ୍ତାବିତ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଆଲୋଚନା କରିଥିବା ନେଇ ଫେସବୁକରେ ଏକ ପୋଷ୍ଟ କରିଥିଲେ।ଏହି ସୂଚନା ଦେବା ପରେ ମୟୁରଭଂଜର ବହୁ ବୁଦ୍ଧିଜୀବୀ ନାନା ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପାରିବାପଣିଆ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ କରିଥିଲେ। ତେବେ ପରେ କମେନ୍ଟ ଗୁଡିକୁ ଦେଖି କେନ୍ଦ୍ରମନ୍ତ୍ରୀଙ୍କର ମଥା ଗରମ ହୋଇଯାଇଥିଲା |ପରେ ନିଜର ରାଗରେ ଜରଜିତ ହୋଇ କମେନ୍ଟ ମାଧ୍ୟମରେ ଲୋକଙ୍କୁ ଗାଳି କରିଥିଲେ |ସେ ଏହି ପୋଷ୍ଟରେ ଅନେକଙ୍କୁ ଗାଳି ଦେବାସହ ଅନେକଙ୍କୁ ଜିଲ୍ଲାର ପରିଚୟ ମାଗୁଛନ୍ତି |ଏହା ମଧ୍ୟ କହୁଛନ୍ତି କି ତୁମ ଲେଖାରୁ ଜଣାପଡ଼ୁଛି, ତୁମେ ଏହି ଜିଲ୍ଲାର ନୁହଁ ।ତେବେ ଏନେଇ ବିଶେଶ୍ୱର ଟୁଡୁ ସୋସିଆଲ ମିଡିଆରେ ସାଧାରଣ ଜନତାଙ୍କର ଟ୍ରୋଲର ଶିକାର ହେଉଥିବା ଦେଖିବାକୁ ମିଳୁଛି |