ଛାତ୍ରଙ୍କ ଅଭିଯୋଗ ଶୁଣିଲେ କେନ୍ଦ୍ରମନ୍ତ୍ରୀ

0

ଗୋପ(ଜୟନ୍ତ କୁମାର ସେଠି ): ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଅଭିଯୋଗ ଶୁଣିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଦୀର୍ଘ ଦିନର ସମସ୍ୟାର ହେବ ସମାଧାନ । ଦୀର୍ଘଦିନର ଲେବୁଲ କ୍ରସିଂ ସମସ୍ୟାର ସମାଧାନ ପାଇଁ ପୁରୀ ସଦର ବ୍ଲକ ବିରପ୍ରତାପପୁର ଗ୍ରାମରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ।କିଛିଦିନ ହେବ ଲେବୁଲ କ୍ରସିଂକୁ ଉଠାଯାଇ ତାକୁ ସମ୍ପୂର୍ଣ ବନ୍ଦ କରାଯାଇଅଥିଲା ।ଆଉ ସେଇ ଜାଗାରୁ ଅଧା କିଲୋମିଟର ଦୁରରେ ଗ୍ରାମବାସୀଙ୍କ ଗମନାଗମନ ପାଇଁ ଏକ ଅଣ୍ଡର ପାସ କରାଯାଇଛି ।ତେବେ ଏହାଦ୍ୱାରା ଗ୍ରାମ ଠକୁରାଣୀଙ୍କ ନୀତିକାନ୍ତି ,ବିମାନ ନେବା ଆଣିବା, ସ୍କୁଲ ପିଲା ପ୍ରାୟ ଦୁଇ କିଲୋମିଟର ବୁଲି ସ୍କୁଲରେ ପହଞ୍ଚିବା ସହ ମେଡ଼ିକାଲକୁ ଜିବା ପାଇଁ ସମସ୍ୟା ସୃଷ୍ଟି ହେଉଛି ।ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ ।ତେବେ ଆଜି କେନ୍ଦ୍ରମନ୍ତ୍ରୀ ଗ୍ରାମକୁ ଯାଇ ସମୀକ୍ଷା କରିବା ସମୟରେ ଗାଁର ସ୍କୁଲ ଛାତ୍ର ତାଙ୍କୁ ଫୁଲ ପକାଇ ସ୍ୱାଗତ କରିବା ସହ ମନ୍ତ୍ରୀଙ୍କୁ ଅଟକାଇ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ।ବିରପ୍ରତାପପୁର ପ୍ରକଳ୍ପ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ର ଛାତ୍ର ବଦ୍ରୀ ପ୍ରସାଦ ପଣ୍ଡା ସ୍କୁଲର ଖେଳ ପଡିଆ ,ଶ୍ରେଣୀ ଗୃହ ର ଅଭାବ ଓ ଲେବୁଲ କ୍ରସିଂ ଯୋଗୁ ସ୍କୁଲ ଯିବା ଆସିବାରେ ଉପୁଜୁଥିବା ସମସ୍ୟ ବିଷୟରେ ଅବଗତ କରାଇଥିଲେ ।ଲେବୁଲ କ୍ରସିଂର ସମାଧାନ ପାଇଁ ପୁରୀ ବିଜେପି ବିଧାୟକ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦେଶକ ପ୍ରଶିକ୍ଷଣ ଶିବିରରୁ ସିଧାସଳଖ ଗାଁକୁ ନେଇଥିଲେ ।ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ସୃଷ୍ଟି ହେଉଥିବା ସମସ୍ୟାକୁ ନିଜେ ଅନୁଧ୍ୟାନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ।ଖୁବ ଶୀଘ୍ର ବିରପ୍ରତାପପୁର ଗ୍ରାମବାସୀଙ୍କ ଏହି ସମସ୍ୟାକୁ ସୁଧାରିବା ପାଇଁ ଖୋର୍ଧା ଡିଭିଜନ GMଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।