ଜିଅନ୍ତା ଜଳିଗଲେ ପକ୍ଷଘାତ ରୋଗୀ

0

ଉଦଳା: ଘର ସହିତ ଜୀଅନ୍ତା ଜଳିଗଲେ ଯୁବକ। ଜଣେ ପକ୍ଷାଘାତ ରୋଗୀ ଘର ଭିତରେ ରହିଥିବାବେଳେ ହଠାତ୍ଘରେ ନିଆଁଲାଗିଥିଲା। ଆଉ ନିଆଁ ପ୍ରକୋପରୁ ବଂଚିପାରିନଥିଲେ ପକ୍ଷାଘାତ ରୋଗୀ। ଶେଷରେ ଘର ସହିତ ଜୀଅନ୍ତା ଜଳିଗଲେ ଯୁବକ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୁଂଟା ଥାନା ନବକିଶୋରପୁର ଗ୍ରାମରେ। ନବକିଶୋରପୁର ଗ୍ରାମର କୁଅଁର ଟୁଡୁ ମଧ୍ୟାହ୍ନ ସମୟରେ ଖାଦ୍ୟ ଖାଇ ସାରି ଘରେ ଶୋଇଥିଲେ। ସେ ପକ୍ଷାଘାତ ଆକ୍ରାନ୍ତ ହୋଇଥିବାରୁ ସେ ଶୋଇବା ପରେ ସ୍ତ୍ରୀ ବାସନ୍ତୀ ମହିଳା ସଂଘ ମିଟିଂକୁ ଚାଲିଯାଇଥିଲେ। ହେଲେ ହଠାତ୍କେଇ ଘଂଟାପରେ କୁଅଁର ଟୁଡୁଙ୍କ ଚିତ୍କାର ଗ୍ରାମ ବାସୀ ଶୁଣିବାକୁ ପାଇଥିଲେ।

ପରେ କୁଅଁର ଟୁଡୁଙ୍କ ଘରେ ନିଆଁଲାଗିଥିବା ଏବଂ ଘର ଭିତରେ ଫଶି ରହିଥିବା କୁଅଁର ଟୁଡୁଙ୍କୁ ବଂଚାଇବାକୁ ଗ୍ରାମବାସୀ ଅନେକ ଚେଷ୍ଟା କରିଥିଲେ। ଏନେଇ ଖୁଂଟା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସେତେବେଳକୁ ଘର ସହିତ ନିଆଁରେ ପୋଡି ହୋଇଯାଇଥିଲେ କୁଅଁର। ପୋଲିସ୍ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।