ପିପିଲି ବିଡ଼ିଓ ଙ୍କୁ ଘେରିଲେ ମହିଳା ଭିଡିଓ ଭାଇରାଲ

0

(ଜୟନ୍ତ କୁମାର ସେଠି / ଗୋପ) ; ପିପିଲି ବିଡ଼ିଓ ଙ୍କୁ ଘେରିଲେ ମହିଳା । ପିପିଲି ଲକ୍ଷ୍ମୀନାରାୟଣ ପୁର ପଞ୍ଚାୟତ ର ମହିଳା ମାନେ ଆଜି ବିଡ଼ିଓ ରଶ୍ମିତା ନାଥ ଷଡ଼ଙ୍ଗୀ ଙ୍କୁ ଘେରି ନିଜର ଅସନ୍ତୋଷ ଜାହିର କରିଛନ୍ତି । ପଞ୍ଚାୟତରେ ପିଡ଼ିଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ ପଞ୍ଚାୟତ ଠାରୁ ନେଇ ମହାବୀର ସ୍ବୟଂ ସହାୟକ ଗୋଷ୍ଠୀ କୁ ଦିଆଯିବା ପରେ ଦୀର୍ଘ ଏକ ସପ୍ତାହ ଧରି ପଞ୍ଚାୟତ ରେ ବିରୋଧ କରି ଆସୁଥିଲେ ମହିଳା ମାନେ । ପ୍ରଥମେ ପିପିଲି ବ୍ଳକ କାର୍ୟ୍ୟାଳୟ ରେ ବିଡ଼ିଓ ଙ୍କୁ ଦାବୀ ପତ୍ର ମାଧ୍ୟମରେ ଏହାର ସମାଧାନ ପାଇଁ ଦାବି କରିଥିବା ବେଳେ ଦୁଇ ଦିନ ତଳେ ପିଡ଼ିଏସ ସାମଗ୍ରୀ ଟ୍ରକ କୁ ଅଟକାଇ ପ୍ରତିବାଦ କରିଥିଲେ। ଆଜି ପୁଣିଥରେ ବିଡ଼ିଓ ଙ୍କୁ ଘେରି ନିର୍ବାଚନ ସମୟରେ ଆଚରଣ ବିଧି ଉଲଂଘନ କରି କଣ ପାଇଁ ପିଡ଼ିଏସ ବଣ୍ଟନ ଦାୟିତ୍ୱ ମନୋମୁଖୀ ଭାବରେ ମହାବୀର ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆଯାଇଛି ଅଭିଯୋଗ କରି ପିପିଲି ବିଡ଼ିଓ ରଶ୍ମିତାନାଥ ଷଡ଼ଙ୍ଗୀ ଙ୍କୁ ଅଟକ କରି ରଖିଛନ୍ତି ମହିଳା ମାନେ।ସେପଟେ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଥିବା ବେଳେ ପୋଲିସ ପହଞ୍ଚି ବିଡ଼ିଓ ଙ୍କୁ ଉଦ୍ଧାର କରିଥିଲେ ।ସେପଟେ ମନୋମୁଖୀ ଭାବରେ ପିଡ଼ିଏସ ସାମଗ୍ରୀ କଣ ପାଇଁ ମହାବୀର ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆଯାଇଛି ବୋଲି ବିଡ଼ିଓ ଙ୍କୁ ପଚାରିବାର ବିଡ଼ିଓ ମହିଳା ମାନଙ୍କୁ ଦୁଵ୍ୟଵହର କରିଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଥିବା ବେଳେ ବିଡ଼ିଓ ଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।