ଓଡିଶା

ରାଳବ ଗ୍ରାମରେ ପରାକ୍ରମ ଦିବସ ପାଳିତ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ବ୍ରହ୍ମପୁର,ସାହାଯ୍ୟ ପ୍ରାପ୍ତ ପାଠାଗାର ମିଳିତ ଆନୁକୂଲ୍ୟରେ ରାଳବ ଗ୍ରାମରେ ପରାକ୍ରମ ଦିବସ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଶ୍ରୀଯୁକ୍ତ ଅଜିତ କୁମାର ନାୟକ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମନ୍ମଥ ପରିଡା, ରୁନା ଖୁଣ୍ଟିଆ,ସୀଙ୍ଗା ଭଉଳ ଯୋଗ ଦେଇଥିଲେ। ଶ୍ରୀ ଅଜିତ୍ କୁମାର ନାୟକ ଅତି ସୁନ୍ଦର ଭାବରେ ନେତାଜୀ କିପରି ସ୍ଵାଧୀନତା ସଂଗ୍ରାମରେ ନିଜକୁ ସଂପୂଣ୍ଣ ସମର୍ପଣ କରି ଦେଇଥିଲେ ତାହା ଉପରେ ଅଭିଭାଷଣ ରଖିଥିଲେ।ଏଥିସହ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ୟ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ହିଞ୍ଜିଳି ବ୍ଲକର ସ୍ବେଚ୍ଛାସେବୀ ନୀଳ ଭଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଶେଷରେ ସ୍ବେଚ୍ଛାସେବୀ ନୀଳ ଭଉଳ ଧନ୍ୟବାଦ ଅର୍ପଣ କରି କାର୍ୟ୍ୟକ୍ରମକୁ ଶେଷ କରିଥିଲେ।

Related posts

ଅର୍ଜ୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦଙ୍କୁ ସମ୍ବର୍ଦ୍ଧନା

Report

ଆଜି ବିଧିବଦ୍ଦ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଅପରାଜିତା ଷଡ଼ଙ୍ଗୀ

Report

କୋଣାର୍କ ମନ୍ଦିରରେ ପର୍ଯ୍ୟଟକ ହଟହଟା

Report

Leave a Comment