ଏସଡିପିଓ ଓ ସହକାରୀ ଯନ୍ତ୍ରୀଙ୍କୁ ପାଦରେ ଚଲାଇ ନେଲେ ଗ୍ରାମବାସୀ

0

ଖୋର୍ଦ୍ଧା : ଗତକାଲି ମଲାଗୁଣି ନଦୀରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ରାଜୁଆ ଜଳସେଚନ ପ୍ରକଳ୍ପର ଏସଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଗ୍ରାମର କେତେକ ଲୋକ ମାଟିକାଦୁଅରେ ଚଲାଇନେବା ଘଟଣାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଉଭୟ ଏସଡିଓ ଓ ସହକାରୀ ଯନ୍ତ୍ରୀ ଗ୍ରାମବାସୀଙ୍କ ବିରୋଧରେ ନିରାକାରପୁର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।
ବନ୍ଧ ଉପରେ ବାଲିବସ୍ତା ଦିଆଯାଇଛି । ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ଏକମାତ୍ର ରାସ୍ତା ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତାଟିକୁ ସଂପୂର୍ଣ୍ଣ କଟାଯାଇ ତାଉପରେ ଖାଲି ମାଟିପଡିଥିଲା । ହେଲେ ଲଗାଣ ବର୍ଷା ଯୋଗୁଁ ସେହି ରାସ୍ତାରେ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ହେଉଛି ଏକମାତ୍ର ରାସ୍ତା। ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତାଟିକୁ ସଂପୂର୍ଣ୍ଣ କାଟାଯାଇ ତା ଉପରେ ଖାଲି ମାଟିପଡିଥିଲା । ରାସ୍ତା କାର୍ୟ୍ୟ ହୋଇନଥିଲା। ଏହାକୁ ନେଇ ଗ୍ରାମବାସୀ ଗତ ୩ ଦିନ ଧରି ଘରୁ ବାହାରି ପାରିନଥିଲେ । ଏହି ସମୟରେ ଜଳସେଚନ ବିଭାଗର ଇଂଜିନିୟର ଦ୍ୱୟଙ୍କୁ ଦେଖି ଉତ୍ୟକ୍ତ ଗାଁ ଲୋକମାନେ ସେମାନଙ୍କୁ ପାଦରେ ଉକ୍ତ ମାଟିକାଦ ରାସ୍ତାରେ ପ୍ରାୟ ୨୦୦ ମିଟର ଚଲାଇ ନେଇଥିଲେ । ଫଳରେ ଅକ୍ଷୟ ବେହେରାଙ୍କ ପାଦରେ ଆଘତ ଲାଗିଥିଲା । ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ତାଙ୍କ ଅନୁମତିକ୍ରମେ ସେମାନେ ସେମାନଙ୍କ ପ୍ରତି ଅସଦାଚରଣ କରିଥିବା ଓ କାର୍ୟ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ନିରାକାରପୁର ଥାନାରେ ଏତଲା ଦେବେ ।