ପରଲୋକରେ ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କର

ପରଲୋକରେ ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କର ।

0

(ଦିଲ୍ଲୀ) : ପରଲୋକରେ ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କର । ମାତ୍ର ୩୩ ବର୍ଷ ବୟସରେ ଗାୟକଙ୍କ ବ୍ରେନ୍ ଟ୍ୟୁମର ହେତୁ ଦେହାନ୍ତ ହୋଇଛି। ତାଙ୍କ ପତ୍ନୀ କେଲସି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଗାୟକଙ୍କ ମୃତ୍ୟୁକୁ ନିଶ୍ଚିନ୍ତ କରିଛନ୍ତି।

ସୂଚନାନୁଯାୟୀ , କେଲସି ଲେଖିଛନ୍ତି, ଟମ ତାଙ୍କ ପରିବାର ଉପସ୍ଥିତିରେ ଏହି ଦୁନିଆ ବିଦାୟ ଦେଇ ଚାଲିଗଲେ। ଆମ ହୃଦୟ ଭାଙ୍ଗିଯାଇଛି। ଟମ୍ ଆମ ଦୁନିଆର କେନ୍ଦ୍ର ଥିଲେ। ଆମେ ସମସ୍ତେ ତାଙ୍କ ହସ ଏବଂ ଶକ୍ତିଶାଳୀ ଉପସ୍ଥିତି ବିନା ଆମ ଜୀବନକୁ କଳ୍ପନା କରିପାରିବୁ ନାହିଁ।

ଆହୁରି ଲେଖିଛନ୍ତି , ତୁମର ସମସ୍ତ ପ୍ରେମ ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ଟମଙ୍କ ଯତ୍ନ ନେବାରେ ସାହାଯ୍ୟ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ଏବଂ ମୁଁ ତାଙ୍କ ପାଇଁ ସର୍ବଦା ଗର୍ବିତ ରହିବି।