ପ୍ରେମୀଯୁଗଳଙ୍କୁ ଅଟକାଇ ପାରିଲାନି ଯୁଦ୍ଧ

ୟୁକ୍ରେନର ଝିଅ ଭାରତୀୟ ପୁଅକୁ ବିବାହ କରିଛନ୍ତି ।

0

ହାଇଦ୍ରାବାଦ: ପ୍ରେମ ଶାସ୍ୱତ ଚିରନ୍ତନ । ପ୍ରେମ ମାନେନି ବନ୍ଧ ବାଡ । ପ୍ରେମ ଦେଖେନି ବାଟ କେତେଦୂର । ପ୍ରେମକୁ ସିନ୍ଦୁରରେ ପରିଣତ କରିବା ପାଇଁ ପ୍ରେମୀଯୁଗଳ ସବୁ ବାଧାବିଘ୍ନକୁ ପଛରେ ଏକାଠି ହୋଇଯାଇଥାନ୍ତି । ସେହିପରି ୟୁକ୍ରେନ-ରୁଷର ଯୁଦ୍ଧ ପ୍ରେମକୁ ଅଟକାଇପାରିଲା ନାହିଁ । ଶେଷରେ ୟୁକ୍ରେନର ଝିଅ ଭାରତୀୟ ପୁଅକୁ ବିବାହ କରିଛନ୍ତି । ଯାହା ଏବେ ଚର୍ଚ୍ଚା ବିଷୟ ହୋଇଛି । ୟୁକ୍ରେନରୁ ଭାରତ ଚାଲିଆସି ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ହାଇଦ୍ରାବାଦରେ ବାହାଘର ହୋଇଛି ଉଭୟଙ୍କର । ଯୁଦ୍ଧ ମୁହଁରୁ ଫେରିଆସି କରିଛନ୍ତି ବିବାହ । ହାଇଦ୍ରାବାଦର ପ୍ରତୀକଙ୍କୁ ଜୀବନସାଥୀ କରିଛନ୍ତି ୟୁକ୍ରେନ୍ ଯୁବତୀ ଲ୍ୟୁବୋ ।ପ୍ରତୀକ ଆଉ ଲ୍ୟୁବୋ ଏଭଳି ସମୟରେ ବିବାହ କରିଛନ୍ତି, ଯେତେବେଳେ କି, କଠିନ ସମୟ ଦେଇ ଗତି କରୁଛି ୟୁକ୍ରେନ୍ । ଭାବିଥିଲେ ଯାକଯମକରେ କରିବେ ବିବାହ। କିନ୍ତୁ ଯୁଦ୍ଧ ସବୁ ବିଗାଡି ଦେଲା । ଋଷ ଆକ୍ରମଣର ଦିନକ ଆଗରୁ, ୟୁକ୍ରେନ୍ରେ ଉଭୟ କରିଥିଲେ ବିବାହ । କିନ୍ତୁ ବିବାହ ଉତ୍ସବ ପାଳନ କରିବା ପୂର୍ବରୁ ଆରମ୍ଭ ହୋଇଗଲା ଯୁଦ୍ଧ । ବୋମା ଆଉ ରକେଟ୍ର ଯୁଦ୍ଧ ଭିତରେ ସେମାନେ ଚାଲିଆସିଲେ ଭାରତ । ଏଠାରେ ସେମାନେ ହାଇଦ୍ରାବାଦର ଚିଲକୁର ବାଲାଜୀ ମନ୍ଦିରରେ, କରିଛନ୍ତି ବିବାହ । ଅଳ୍ପ କିଛି ସମ୍ପର୍କୀୟଙ୍କୁ ନେଇ, ଅନୁଷ୍ଠିତ ହୋଇଛି ବିବାହ । ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ ତ କରିଛନ୍ତି, ଅନ୍ୟପଟେ ୟୁକ୍ରେନ୍ରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା ବି କରିଛନ୍ତି । ପ୍ରତୀକ ଆଉ ଲ୍ୟୁବୋଙ୍କ ବିବାହରେ, ସାକ୍ଷୀ ରହିବ ମହାଯୁଦ୍ଧ । ଏହି ବିବାହ ସେମାନଙ୍କର ସବୁଦିନ ପାଇଁ ମନେରହିଯିବ ।