ୱେବ ଚ୍ୟାନେଲ ବାହାନାରେ ଚାଲିଥିଲା ସେକ୍ସ ରାକେଟ

0

କଟକ : ଦିନକୁ ଦିନ ବଢିଚାଲିଛି ସେକ୍ସ ରାକେଟଅପରାଧିକ ମାମଲା | ଓ୍ବେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ | କଟକ ବାଦାମ ବାଡ଼ି  ଥାନା ଅଧୀନ ସୂର୍ଯ୍ୟ ବିହାର ଲେନରେ ଏକ ଘରୋଇ ୱେବ ଚ୍ୟାନେଲ ନାମରେ ରହି ଚାଲାଥିଲେ ସେକ୍ସ ରାକେଟ | ଏନେଇ ଘଟଣା ସ୍ଥଳରେ ଚଢ଼ଉକରିଛି କମିଶନରେଟ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ଘଟଣା ସ୍ଥଳରୁ ୫ ଦେହଜୀବୀ ଓ ରାଣୀ ମହୁମାଛି ସମେତ ୨ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ । ତେବେ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ସାମ୍ବାଦିକର ଦେଇ ଏଭଳି କାର୍ଯ୍ୟ କରୁଥିବା ସୂଚନା ରହିଛି |ପ୍ରତି ଗ୍ରାହକଙ୍କ ଠାରୁ ଆଦାୟ କରୁଥିଲେ ୧୦୦୦ ଟଙ୍କା |ଏହି ରାକେଟ ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ତାହାର ଛାନବିନ ଚାଲିଛି |