୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!

0

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ତଥାପି ସଙ୍କଟ ଜାରି ରହିଛି । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବାହାର ଲୋକ ଏଥିରେ ହସ୍ତକ୍ଷେପ କରନ୍ତି ତ ଏହାର ପରିଣାମ ଯାହା ଘଟିବ ତାହା ପୂର୍ବରୁ କେବେ କେହି ଦେଖି ନଥିବେ ।

ବିଶେଷଜ୍ଞମାନେ ପୁଟିନଙ୍କ ଏହି ଚେତାବନୀକୁ ପରମାଣୁ ଯୁଦ୍ଧର ବିପଦ ସହ ଯୋଡି ଦେଖୁଛନ୍ତି । ଜାପାନ ପରମାଣୁ ଆକ୍ରମଣର ଶିକାର ହୋଇଛି ଓ ସେହି ଆକ୍ରମଣରୁ ବଞ୍ଚିଥିବା ଲୋକମାନେ ସେହି ଦିନକୁ ମନେ ପକାଇ ଥରୁଛନ୍ତି । ପରମାଣୁ ଯୁଦ୍ଧ ବିନାଶ ବ୍ୟତୀତ ଆଉ କିଛି ଆଣିବ ନାହିଁ ।
ଯଦି ପରମାଣୁ ବୋମା ମାଡ କରାଯାଏ ତେବେ ପୁରା ଦୁନିଆ ହୁଏତ ୧୮ ହଜାର ବର୍ଷ ପଛକୁ ଚାଲିଯିବ । ICAN ତଥ୍ୟ ଅନୁଯାୟୀ ଗୋଟିଏ ପରମାଣୁ ବୋମା ମାଡରେ ଏକାଥରକେ ଲକ୍ଷ ଲକ୍ଷ ଜୀବନ ଶେଷ ହୋଇଯିବ । ଏହାସହ ଜଳ ବାୟୁ ସମ୍ପୂର୍ଣ୍ଣ ବିଗିଡି ଯିବ ।