କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍ ୱାଲର୍ଡ ରେକର୍ଡ

0

ୱାଶିଂଟନ୍: ନିକଟରେ ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍ଥ ଅଫ୍ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍ଜାଣ୍ଡର ୱିଟ୍କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍ ୱାଲର୍ଡ ରେକର୍ଡ କରିଛନ୍ତି। ଏହାର ବ୍ୟାସ ହେଉଛି ୦.୬୫ ମିମି ବା ୦.୦୨୫ ଇଞ୍ଚ। ଏହି ମେଲାନୋମା ନାମକ ଚର୍ମ କର୍କଟ ଅତ୍ୟନ୍ତ ମାରାତ୍ମକ, ଯାହାକୁ ଅତ୍ୟାଧୁନିକ ଅଣଆକ୍ରମଣକାରୀ ଇମେଜିଂ ଟେକ୍ନୋଲୋଜି ବ୍ୟବହାର କରି ଦଳଗତ ଭାବେ ଏହାକୁ ଆବିଷ୍କାର କରି ମେ’ ପହିଲାରେ ଏହି ରେକର୍ଡ କରିଛନ୍ତି।

Smallest Skin Cancer: The world's smallest pores and skin most cancers that  made a Guinness document, know why this case is a lesson
କିଛି ଦିନ ତଳେ ଖ୍ରୀଷ୍ଟି ଷ୍ଟାଟ୍ସ ନାମ୍ନୀ ଜଣେ ମହିଳା ତାଙ୍କ ମୁହଁରେ ହୋଇଥିବା ନାଲି ଦାଗ ଦେଖାଇବାକୁ ସ୍କିନ ସ୍ପେଶାଲିଷ୍ଟଙ୍କ ପାଖକୁ ଆସିଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରାଇବାବେଳେ ଡାହାଣ ପଟ ଗାଲରେ ଅନ୍ୟ ଏକ ଦାଗ ଦେଖିବାକୁ ପାଇଥିଲେ, ଯାହା ମଣିଷଙ୍କ ଆଖିକୁ ସହଜରେ ଦେଖାଯାଇ ନ ଥାଏ। ଏହା ଏକ ମେଲାନୋମା ବୋଲି ଜଣାପଡିଥିଲା। ଚର୍ମର ପିଗ୍ମେଣ୍ଡ ଉତ୍ପାଦନକାରୀ କୋଷଗୁଡ଼ିକରେ ମେଲୋନୋମା ବିକଶିତ ହୋଇଥାଏ।
ଚର୍ମ କର୍କଟର ଏହା ଏକ ମାରାତ୍ମକ ରୂପ। ଏପରି ଚର୍ମ କର୍କଟ ଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍ ବୋଲି ଡାକ୍ତର କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ମେଲାନୋମା କର୍କଟର ମାତ୍ରା ବୃଦ୍ଧି ପାଇଛି, ଯାହାକି ସୂର୍ୟ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ପ୍ରଭାବରେ ହେଉଛି ବୋଲି ଜଣାପଡିଛି।