ଭୁବନେଶ୍ୱର:ଟଙ୍କା ବାହାରିଲାନି ବୋଲି ବ୍ୟାଙ୍କ କାଚ ବାଡ଼େଇ ଭାଙ୍ଗିଲେ ଯୁବକ। ଇଣ୍ଡସିଣ୍ଡ ବ୍ୟାଙ୍କ କାଚ ଭାଙ୍ଗିବା ସହ ଡ଼ମଣା ଛକରେ ହାଇଡ୍ରାମା କଲେ ଯୁବକ। ଘଟଣା ସ୍ଥଳେ ପହଞ୍ଚିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡ଼ମଣା ଛକରେ ତୁମୁଳ କାଣ୍ଡ ଘଟାଇଛନ୍ତି ଜଣେ ଠିକାଦାର। ଏଟିଏମ୍ ରୁ ଟଙ୍କା ନ ବହାରିବାରୁ ସେଠାରେ ଥିବା ଇଣ୍ଡସିଣ୍ଡ ବ୍ୟାଙ୍କର କାଚ ଭାଙ୍ଗି ଦେଇଛନ୍ତି ବିଶ୍ୱଜିତ୍ ନାୟକ। ସ୍ଥାନୀୟ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧ କରିବାରୁ ଗାଳି ଗୁଲଜ କଲେ ବିଶ୍ୱଜିତ୍। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ପହଞ୍ଚି ବିଶ୍ୱଜିତ୍ ଙ୍କୁ କାବୁ କରିବା ସହ ସାଙ୍ଗରେ ଆଣିଥିବା ଗାଡ଼ିକୁ ଜବତ୍ କରିଛି। ତେବେ ବ୍ୟାଙ୍କ ର ପ୍ରବେଶ ଦ୍ଵାରରେ ଲାଗିଥିବା କାଚକୁ କାହିଁକି ଭାଙ୍ଗିଲେ ବୋଲି ପୁଲିସ୍ ପଚରାଉଚରା କରୁଛି।