ଗୋଲାପ ଫୁଲରେ LOVE U ଲେଖି ଝୁଲିପଡ଼ିଲେ ଯୁବକ

0

ଖଡ଼ିଆଳ: ଗଛରେ ଝୁଲୁଛି ମୃତଦେହ। ଗୋଲାପ ଫୁଲ ପାଖୁଡ଼ାରେ ପାଖରେ ଲେଖା ହେଇଛି I LOVE YOU।  ହଁ ଦର୍ଶକ ବନ୍ଧୁ ଆଜିକାଲି ଯୁବପିଢ଼ି ପ୍ରେମରେ ପଡ଼ି କିଛି ବି କରୁଛନ୍ତି କେହି ନିଜ ଜୀବନ ଦେଉଛନ୍ତି ତ କେହି ମାତାଲ ହୋଇ ବୁଲୁଛନ୍ତି  । ପ୍ରେମର ଟିକେ ବିଫଳତାକୁ ସହି ପାରୁନାହାନ୍ତି ପ୍ରେମୀ ଯୁଗଳ । ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା  ଖଡ଼ିଆଳ ବିଜେପୁର କୁସମାଲ ରାସ୍ତାକଡ଼ରେ । ମୃତ ଯୁବକ ହେଲେ ଝିତ୍ରିଝୋଡ଼ ଗାଁର ମନୋହର ତାଣ୍ଡିଙ୍କ ପୁଅ ପଦ୍ମ ଚରଣ ତାଣ୍ଡି ।

ସୂଚନା ଅନୁସାରେ, ଆଜି ସକାଳେ ପଦ୍ମ ଚରଣଙ୍କ ମୃତଦେହ ରାସ୍ତାକଡ଼ ନିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ରାସ୍ତାରେ ଗୋଲାପ ଓ ଅନ୍ୟାନ୍ୟ ଫୁଲର ପାଖୁଡ଼ାରେ ‘LOVE YOU’ ଲେଖାଯାଇଥିବା ନଜର ଆସିଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପଦ୍ମ ଚରଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।