ପିନ୍ଧା ଗାମୁଛାରେ ଝୁଲିପଡିଲେ ଯୁବକ

0

ଢେଙ୍କାନାଳ: ଗାଧୁଆ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଏ ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରର ଦକ୍ଷିଣକାଳୀ ଅଞ୍ଚଳରେ । ମୃତକ ଦକ୍ଷିଣକାଳୀ ଅଞ୍ଚଳର ସୌମ୍ୟ ରଞ୍ଜନ ନାୟକ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଗାଧୁଆ ଘରେ ସୌମ୍ୟ ପିନ୍ଧା ଗାମୁଛାରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ତୁରନ୍ତ ପୋଲିସକୁ ଖବର ଦେଇଥିଲେ ପରିବାର ସଦସ୍ୟ ।ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବରିକ କଳହରୁ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।