Reporters Today
ଭାରତ

ମୁକୁଳିଲେ ଯବାନ

(ରିପୋର୍ଟସ ଟୁଡେ) ; ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂହ ମାନ୍ହାସ । ନକ୍ସଲଙ୍କ ସହ ଯୁଦ୍ଧ କରିବା ସମୟରେ ଅପହରଣର ଶୀକାର ହୋଇଥିଲେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନ୍ହାସ । ଆଜି ଅପରାହ୍ନରେ ଯବାନକୁ ମାଓବଦୀମାନେ ଛାଡିଦେଇଛନ୍ତି । ପୁଲିସ୍ ସୁତ୍ରରୁ ଜାତୀୟ ନ୍ୟୁଜ ଏଜେନ୍ସି ଏଭଳି ଖବର ପ୍ରକାଶ କରିଛି । ଗତ ୩ ତାରିଖରେ ବିଜାପୁର ଏନକାଉଣ୍ଟର ବେଳେ ରାକେଶ୍ୱରଙ୍କର ଅପହରଣ ହୋଇଥିଲା । ଶନିବାର ଏନକାଉଣ୍ଟର ଦିନଠାରୁ ରାକେଶ୍ୱରଙ୍କୁ ମାଓବାଦୀମାନେ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ତେବେ ଅପହରଣର ୬ ଦିନ ପରେ ମାଓବାଦୀମାନେ ଛାଡିଛନ୍ତି । ସେ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିବା ପରେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାସାଗୁଡ଼ା ଥାନାକୁ ଅଣାଯାଇଛି। ସେଠାରେ ତାଙ୍କୁ ଏସ୍ପି କମଳଲୋଚନ କଶ୍ୟପ ସ୍ୱାଗତ କରିଛନ୍ତି।ତେବେ ମାଓବାଦୀଙ୍କଠାରୁ ମୁକୁଳିଥିବା ଖବର ପାଇ ରାକେଶ୍ବରଙ୍କ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ସୁରକ୍ଷିତ ଭାବେ ମାଓବାଦୀମାନେ ଛାଡ଼ି ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

Related posts

କାରଗୀଲ ବିଜୟର ୨୦ ବର୍ଷ ପୂର୍ତ୍ତି ଅବସରରେ ଯୁଦ୍ଧ ବିମାନ ପ୍ରଦର୍ଶନ

Report

ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଗଲା ସୁପରଫାଷ୍ଟ ଏକ୍ସପ୍ରେସ

Report

ବର୍ଷାରେ ରେଳ ଚଳାଚଳ ବାଧାପ୍ରାପ୍ତ

Report

Leave a Comment