ରାସ୍ତାକଡ ବିଲରୁ ଯୁବକର ଗଳିତ ଶବ ଉଦ୍ଧାର

0

(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ) ; ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭରଣ୍ଡିଆ ଗାଁ ନିକଟସ୍ଥ ଏକ ବିଲରେ ଜନୈକ ଯୁବକର ମୃତଦେହ ପଡିଥିବା ଗାଁ ଲୋକ ଦେଖିବାକୁ ପାଇତିଲେ । ଏହା ପରେ ଗାଁଲୋକେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ମୃତ ବ୍ୟକ୍ତ ଜଣକ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗର ରାଇରଙ୍ଗପୁର ପୌରାଞ୍ଚଳର ମଧୁବନ ଓ୍ବାର୍ଡର ପ୍ରତାପ ବୈଇଠା – (୩୦) ବୋଲି ଜଣା ପଡିଛି । ସୂଚନା ଅନୁଯାୟି ମୃତକ ପ୍ରତାପ ବୈଇଠା ଗତ ରବିବାର ଦିନ ରାତିରେ ଖାଇ ସାରି ଘରୁ କୁଆଡେ ଚାଲିଯାଇଥିଲା । କିନ୍ତୁ ଘର ଲୋକ ବହୁତ ଖୋଜାଖୋଜି ପରେ ଆଜି ଗୁରୁବାର ଦିନ ଭରଣ୍ଡିଆ ମୟୂରମେଟାଲ ନିକଟରେ ଥିବା ରାସ୍ତା କଡ ବିଲ ମଝିରେ ଏକ ଗଡିଆ ପାଖରେ ଗାଁ ର ଲୋକେ ଶୌଚ କରିବାକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ ଥାନାକୁ ଖଵର ଦେଇଥିଲେ । ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାବା ସହ ପୋଲିସ ୧୫୨୧ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।