ହାଇଦର ଲିଙ୍କରେ ଥିବା ଯୁବତୀ ଗିରଫ,

0

(ଜଗନ୍ନାଥ ମହାନ୍ତି / କଟକ) ; ଧିରେ ଧିରେ ଖୋଲୁଛି ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧ ଦୁନିଆର କଳା ଚିଠା । ହାଇଦର ସହ ତାର କାର୍ଯ୍ୟକଳାପରେ ସାମିଲ୍ ଅଛନ୍ତି ଏକାଧିକ ଯୁବତୀ। ଆଉ ଏମାନେ ସମସ୍ତେ ହାଇଦରର ସହଯୋଗୀ ଭାବେ କାର୍ୟ୍ୟ କରୁଛନ୍ତି। ଏକଥା ଜାଣିବା ପରେ ପୁଲିସ ଆଜି ହାଇଦରର ଜଣେ ୧୯ ବର୍ଷୀୟା ଯୁବତୀ ସହଯୋଗୀଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କେବଳ ସେତିକି ନୁହେଁ ଆହୁରି ଦୁଇ ଜଣ ଯୁବତୀଙ୍କୁ ବି ପୋଲିସ ଜେରା କରୁଥିବା ଜଣାଯାଇଛି । କମ୍ ବୟସର ଯୁବତୀ ହାଇଦର୍ର ସହଯୋଗୀ ରହିବା ଘଟଣା ପୁଲିସକୁ ଚକିତ କରିଦେଇଛି। କଟକ ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରିଥିବା ଅଭିଯୁକ୍ତଙ୍କ ମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜତପୁରର ସେକ ରଇସୁଦ୍ଦିନ(୨୬), ମାଲଗୋଦାମ ଯୋବ୍ରା ଟିଣପିଟା ସାହିର ସେକ ଇମ୍ରାନ(୧୯) ଓ ବାଲେଶ୍ବର ଭୋଗରାଇର ଅର୍ଚ୍ଚନା ପରିଡ଼ା(୧୯) ଓରଫ ଗେଲି। ପୁଲିସ କହିବା ଅନୁଯାୟୀ, ଇମ୍ରାନ ଜଗତପୁର ପୀର ବଜାର ଅଞ୍ଚଳର ୟାକୁବ ସହିତ ନିୟମିତ ବଡ଼ ଡାକ୍ତରଖାନାକୁ ହାଇଦରକୁ ଭେଟିବାକୁ ଆସୁଥିଲା। ତେବେ ରଇସୁଦ୍ଦିନ ହେଉଛି ହାଇଦରର ପୁରୁଣା ସହଯୋଗୀ। ରଶ୍ମି ମହାପାତ୍ର ହତ୍ୟାକାଣ୍ଡ ଘଟଣାରେ ହାଇଦର ଜେଲ୍ ଯିବା ପରେ କେନ୍ଦ୍ରାପଡାରେ ରଇସୁଦ୍ଦିନ ନିର୍ଦ୍ଦେଶରେ ସେ ଅପରାଧ ଘଟାଉଥିଲା। ଗେଲି ମଧ୍ୟ ଅନେକ ଦିନ ପୂର୍ବରୁ ହାଇଦର ସହିତ ମିଶି ଅନେକ ଅସାମାଜିକ କାର୍ୟ୍ୟରେ ଲିପ୍ତ ଥିବା କୁହାଯାଉଛି। କିନ୍ତୁ ତା ବିରୋଧରେ କୌଣସି ଆପରାଧିକ ମାମଲା ଥାନାରେ ନ ଥିବା ବେଳେ ସେ ମଧ୍ୟ ଏସସିବ ମେଡିକାକୁି ନିୟମିତ ଭାବେ ଆସି ହାଇଦରକୁ ଭେଟିଥିଲା।