ଦେଶରେ ୪୧,୩୮୩ ନୂଆ ସଂକ୍ରମିତ ଚିହ୍ନଟ : ୫୦୭ ମୃତ

0

ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଣ୍ଟାରେ ୪୧ହଜାର ୩୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିସହ ୫୦୭ଜଣଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ମୋଟ ୩ କୋଟି ୧୨ଲକ୍ଷ ୫୭ ହଜାର ୭୨୦ ରେ ପହଞ୍ଚି ।୩୮ ହଜାର ୬୫୨ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି ।ଏହା ସହ ମୋଟ ୩କୋଟି ୪ଲକ୍ଷ ୨୯ ହଜାର ୩୩୯ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୯ହଜାର ୩୯୪ ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୮ ହଜାର ୯୮୭ କୁ ବୃଦ୍ଧି ହୋଇଛି ।ଦେଶରେ ବର୍ତ୍ତମାନ ଯାଏଁ ୪୧ କୋଟି ୭୮ ଲକ୍ଷ ୫୧ ହଜାର ୧୫୧ ଜଣଙ୍କୁ ଟିକା ଦିଆଯାଇଛି ।