ରାଜ୍ୟରେ ସମୁଦାୟ 51723 ଗାଁ ଅଛି ; ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

0

ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାରେ ରାଜସ୍ୱ ଗାଁର ସୀମା ନିର୍ଧାରଣ ବେଳେ ପ୍ରାଧିକୃତ ସରକାରୀ ଅଧିକାରୀଙ୍କ ତ୍ରୁଟି ଯୋଗୁ ବିନା ନକ୍ସାରେ କିସମ ପରିବର୍ତ୍ତନ ହୋଇପାରୁ ନାହିଁ | ଏ ଦିଗରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସମଧାନ କରିବାକୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହକୁ ଅବଗତ କରିଛନ୍ତି | ରାଜ୍ୟରେ ସମୁଦାୟ 51723 ଗାଁ ଅଛି | ଏଥିରୁ 5515 ପଡା ଗାଁ | ଯେଉଁଥିରୁ 665 ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି | 998 ଗାଁର ସଠିକ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ୱ ମାନ୍ୟତାରୁ ରବ୍ଦ କରାଯାଇଛି | ଅବଶିଷ୍ଟ 3352 ଗାଁର ରାଜସ୍ୱ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି | ଏହା ପରେ ଚକବନ୍ଦୀକୁ ପଠାଯିବ| ପଡା ଗାଁରେ ରହୁଥିବା କୌଣସି ବ୍ୟକ୍ତି ସରକାରୀ ସୁବିଧାରୁ ବଂଚିତ ହେବା ଖବର ନାହିଁ | 250 ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ରାଜସ୍ୱ ମାନ୍ୟତା ମିଳେ | ପଡା ଗାଁର ଦୂରତ୍ୱ, ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାଜସ୍ୱ ଗାଁର ମାନ୍ୟତା ଦିଆଯିବ ବୋଲି ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ |