କାଠ ବହୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ

0

କେନ୍ଦ୍ରାପଡା/ ମହେଶ ପାଢୀ : ଏକ ଉଜ୍ୱଳ ଭବିଷ୍ୟତ ର୍ନିମାଣ ପାଇଁ ବିଦ୍ୟାଳୟକୁ ବିଦ୍ୟା ଅଧୟନ ପାଇଁ ଆସିଥାନ୍ତି ବିଦ୍ୟାର୍ଥୀ । ହେଲେ ଏଠି ଚିତ୍ର କିଛି ଅଲଗା କହୁଛି । ଚିତ୍ର ଦେଖିଲା ପରେ ଲାଗୁଛି ବିଦ୍ୟା ଅଧୟନ ତ ଦୂରର କଥା ଗୋଟେ ଉତ୍ତମ ଭବିଷ୍ୟତ ର୍ନିମାଣରେ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଥରେ ନଜର ପକାନ୍ତୁ ଘଟଣା ଉପରେ, କେମିତି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୁାରା କାଠ ବୁହାଯାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ବିଜୁଳି ଗତିରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡକୁଳ ପଞ୍ଚାୟତର ଏକ ବିଦ୍ୟାଳୟ ର ଏକ ସରକାରୀ ବିଦ୍ୟାଳୟ କଥା । ବିଡମ୍ବନାର ବିଷୟ ହେଉଛି ଦୃଶ୍ୟ ରେ ଥିବା ଅଟୋ ରୁ କାଠ ଫାଳିଆ ଗୁଡିକୁ ସ୍କୁଲ ର ଛୋଟ ଛୋଟ ପିଲାମାନେ ଧାଡି ହୋଇ ବୋହୁ ଥିବା ବେଳେ ପିଅନ ବାବୁ ସାଜି ଅର୍ଡର ଦେଉଛନ୍ତି । ଯଦି ସ୍କୁଲ ର ପିଅନମାନଙ୍କ କାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଉଛି ତେବେ ପିଅନ ମାନେ କାହିଁକି ଅଛନ୍ତି ବୋଲି ଏବେ ସ୍ଥାନୀୟ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ଜ୍ଝ ଖାଲି ଏହି ଗୋଟିଏ ଘଟଣା ନୁହେଁ ସମାନ ଢଙ୍ଗ ରେ କେନ୍ଦ୍ରାପଡ଼ା ଫ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବି ବର୍ଷାରେ ଓଦା ହୋଇ ବିଦ୍ୟାଳୟ ଫାଟକ ଖୋଲିବା ଘଟଣା ମଧ୍ୟ ଅନେକ ସାମାଜିକ କର୍ମୀଙ୍କୁ ଆନ୍ଦୋଳିତ କରିଛି । ବାରମ୍ବାର କେନ୍ଦ୍ରାପଡ଼ା ଶିକ୍ଷା ବିଭାଗ ର ଦାୟିତ୍ଵ ହୀନତା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କଣ ପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପରେ କଣ ପାଇଁ କାର୍ୟ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଜଣେ ସୂଚନା ଅଧିକାରୀ କହିଛନ୍ତି କୁଆଡେ ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ଜାଣି ବି ରାଜନୈ÷ତିକ ଚାପ ଗ୍ରସ୍ଥରେ କୈ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।