ଭୁବନେଶ୍ୱର : ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ ର ତୃତୀୟ ସଂସ୍କରଣର ୧ ଦିନରେ ଶକ୍ତି ବିଭାଗ ‘ସବୁଜ ଶକ୍ତି ଆଡକୁ’ ଥିମ୍ ଉପରେ ଏକ ବ୍ୟବସାୟିକ ନେତୃତ୍ୱ ଆଲୋଚନା ଆୟୋଜନ କରିଥିଲା,ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୭ ଟି ସଂସ୍ଥା ୧ .୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। NTPC ୧୭ ହଜାର କୋଟି,ସତଲେଜ ଜଳ ବିଦ୍ୟୁତ ନିଗମ ୩୦ ହଜାର କୋଟି,ନେଭିଲି ଲିଗନାଇଟ ୪ ହଜାର ପୁଞ୍ଜିନିବେଶ ପାଇଁ MOU ସ୍ବାକ୍ଷର କରିଛନ୍ତି।ରାଜ୍ୟ ସରକାର ନୂଆ ଅକ୍ଷୟ ଶକ୍ତି ପଲିସି ଆଣିଛନ୍ତି। ୨୦୩୦ ଯାଏ ବଳବତ୍ତର ରହିବ। ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୦ ହଜାର ମେଗାୱାଟ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ସବୁ ଶିଳ୍ପସଂସ୍ଥା ବ୍ୟବହାର ବିଜୁଳିରୁ ୪୩ ପ୍ରତିଶତ ଅକ୍ଷୟ ଶକ୍ତିରୁ ବ୍ୟବହାର କରିବେ ବୋଲି ନୂଆ ପଲିସି ରେ ବ୍ୟବସ୍ଥା କରାଯାଇଛି।