ରାଜଧାନୀରେ ହେବ ଆଉ ୨୫ ଭେଣ୍ଡିଂଜୋନ୍ -ଏସଏସଜି ମହିଳା କରିବେ ତଦାରଖ

0

ଭୁବନେଶ୍ୱର:ଗତ କିଛିଦିନ ତଳେ ଭୁବନେଶ୍ୱର ୨ନମ୍ବର ମାର୍କେଟ ବିଲଡିଂ ରେ ଉଠାଦୋକାନୀ ଓ ମଲ ମାଲିକଙ୍କ ମଧ୍ୟରେ ଝଗଡା ହୋଇଥିଲା ଯେଉଁ କାରଣରୁ ବିଗତ ୪ଦିନ ଯାଏ ଉଠା ଦୋକାନୀ ମାନେ ଆଉ ଦୋକାନ ଖୋଲିପାରିନଥିଲେ | ଅନେକଙ୍କର ସ୍ଥାୟୀ ଯାଗାନଥିବା କାରଣରୁ ଏମିତି ହୋଇଛି | ତାସହ ବିଏମସି ପକ୍ଷରୁ ମଧ୍ୟ ରାସ୍ତା ଉପରେ ନବସି ନିର୍ଦ୍ଧିଷ୍ଟ ସ୍ଥାନରେ ବସିବା ପାଇଁ କୁହାଯାଇଥିଲା ହେଲେ ଅନେକଙ୍କୁ ଜାଗା ମିଳିପାରୁନାହିଁ ବୋଲି ଅଭିଯୋଗ କରିଥିଲେ |

ତେବେ ଏନେଇ ରାଜଧାନୀର ଆଉ ୨୫ଟି ନୂଆ ଭେଣ୍ଡିଂଜୋନ୍ କରିବାକୁ ବିଏମ୍ସି ଯୋଜନା କରିଛି।ନୂତନ ଭେଣ୍ଡିଂଜୋନ୍ ଦ୍ୱାରା ଉଠାଦୋକାନୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଛି। ସେହିପରି ବିଏମ୍ସିର ୩ଟି ଜୋନ୍ ରେ ଏହି ୨୫ଟି ଭେଣ୍ଡିଂଜୋନ୍ କରାଯିବ। ଦୀର୍ଘଦିନ ଧରି ବିଭିନ୍ନ ସ୍ଥାନରେ ଭେଣ୍ଡିଂଜୋନ୍ ପାଇଁ ଦାବି ହୋଇ ଆସୁଛି। ଏହାକୁ ବିଭାଗ ଗୁରୁତର ସହ ନେଇ ଏହି ନିଷ୍ପତ୍ତି ନେଇଛି। ବିଏମ୍ସି ପକ୍ଷରୁ ଏନେଇ ଯୋଜନା ପ୍ରସ୍ତୁତ ସରିଥିବା ବେଳେ ଆବଶ୍ୟକ ଜାଗା ଯୋଗାଇ ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି।

ନୂତନ ଭେଣ୍ଡିଙ୍ଗ ଜୋନ୍ ରେ ଉଭୟ ଦୋକାନୀ ଓ ଜନସାଧାରଣଙ୍କ ପାଇଁ ଶୌଚାଳୟ ଓ ପାନୀୟଜଳର ବ୍ୟବସ୍ଥା କରାଯିବାକୁ ଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ତେବେ ଭେଣ୍ଡିଂଜୋନ୍ ନିର୍ମାଣ ଦ୍ୱାରା ସ୍ମାର୍ଟସିଟିର ବ୍ୟବସାୟୀଙ୍କୁ ସୁବିଧା ମିଳିବା ସହିତ ଏସଏସଜି ମହିଳାମାନଙ୍କର ମଧ୍ୟ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସବୁ ଭେଣ୍ଡିଂଜୋନ୍ ‘ମୁକ୍ତା’ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ସ୍ଥାନୀୟ ମହିଳାମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ମିଳିବ। କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ୫୦ଟି ମିନି ପାର୍କ ହେବ ନେଇ ଯୋଜକରିଥିଲା ବିଏମସି |

ତାହା ମଧ୍ୟ ମୂକ୍ତଯୋଜନା ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇ ଏସଏସଜି ନିର୍ମାଣ ସମୟରେ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ପ୍ରକଳ୍ପ ମୂଲ୍ୟର ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ।ଅନ୍ୟପଟେ ଆବଶ୍ୟକ ତୁଳନାରେ ବର୍ତ୍ତମାନ ବହୁ କମ୍ ସଂଖ୍ୟାରେ ଭେଣ୍ଡିଂଜୋନ୍ ଥିବାରୁ ବହୁ ସ୍ଥାନରେ ରାସ୍ତାକଡ଼ରେ ବ୍ୟବସାୟ ଜାରି ରହୁଛି। ଏହାଦ୍ୱାରା ଅନେକ ରାସ୍ତାରେ ଭିଡ଼ ସୃଷ୍ଟି ହେବା ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଭେଣ୍ଡିଂଜୋନ୍ ହୋଇଗଲେ ସାଧାରଣ ଳିକଙ୍କୁ କୌଣସି ଅସୁବିଧା ହେବ ନାହିଁବୋଲି ବିଏମସି ସୂଚନା ଦେଇଛି |