ପୁରୀରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ

0

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ଜିଲ୍ଲାର କୋଭିଡ୍ ସ୍ଥିତିକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମୀକ୍ଷା କରିଛନ୍ତି। ପୁରୀରେ ଅକ୍ସିଜେନ୍ ପ୍ଲାଣ୍ଟ ହେବାକୁ ଯାଉଥିବା ବେଳେ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ବ୍ୟବସ୍ଥାରେ ଏହି ପ୍ଲାଣ୍ଟ କାର୍ୟ୍ୟ ମେ ୧୫ ସୁଦ୍ଧା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି। ପୁରୀ ‘ଜିଲ୍ଲାରେ ଏବେ ୧୮୮୪ ଜଣ କୋଭିଡ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ୧୧ଟି ବ୍ଲକ ଓ ୩ ଏନ ଏ ସିରେ ୧୨ ଶହ ଶଯ୍ୟାର ବ୍ୟବସ୍ଥା ହୋଇଛି।
ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସପ୍ତାହକରେ ଖୋଲିବ କୋଭିଡ ଶଯ୍ୟା । ଅକ୍ସିଜେନ ବ୍ୟବସ୍ଥା ଥିବା ୧୫୦ କୋଭିଡ ଶଯ୍ୟା କାର୍ୟ୍ୟକ୍ଷମ ହେବ । ଏହା ମଧ୍ୟରେ ପୁରୀରେ ୧ ଲକ୍ଷ ୯୨ ହଜାର ୪୮ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ୭ ହଜାର ୫୧୨ ଜଣଙ୍କୁ ଦ୍ବିତୀୟ ଡୋଜ୍ କୋଭିଡ ଟିକା ଦିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ସର୍କିଟ୍ ହାଉସ୍ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ସିଡିଏମଓ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। କୋଭିଡ୍ର ଦ୍ୱିତୀୟ ଷ୍ଟ୍ରେନ୍ ପ୍ରାଣଘାତକ ହୋଇଥିବା ବେଳେ ସମସ୍ତ ଜନସାଧାରଣ ସଚେତନ ହେବା ସହ ସରକାରଙ୍କ କୋଭିଡ ନିୟମ ଓ ଲକଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି।