ସାମ୍ବାଦିକ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

0

ଭୁବନେଶ୍ୱର: କରୋନା ବିପକ୍ଷରେ ଟୀକାକରଣକୁ ନେଇ ନୂଆ ଘୋଷଣା କରିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଖୁବଶୀଘ୍ର ଟୀକାକରଣ ଶେଷ କରାଯିବ ବୋଲି ସେ କହିଛନ୍ତି । ଦ୍ୱିତୀୟ ଡୋଜ ନେବାର ୯ ମାସ ପୂରଣ ହୋଇଯାଇଥିବା ବ୍ୟକ୍ତିମାନେ ଏବେ ପ୍ରିକସନ ଡୋଜ ନେଇ ପାରିବେ । ତେବେ ସାମ୍ବାଦିକମାନଙ୍କୁ କରୋନାର ଆଗଧାଡିର ଯୋଦ୍ଧା ଭାବେ ଗଣନା କରାଯାଉଥିବାରୁ ଦରକାର ପଡିଲେ ସେମାନଙ୍କ ଟୀକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ସାଢେ ୫ କୋଟି(୫୪,୯୮,୬୧୯)ଟୀକାକରଣ ଶେଷ ହୋଇଛି । ଏଥିମଧ୍ୟରୁ ୩କୋଟି ୧୪ ଲକ୍ଷ ୧,୧୪୧ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨କୋଟି ୩୨ଲକ୍ଷ ୧୯ହଜାର ୨୯୭ ଜଣ ଦ୍ୱିତୀୟ ଡୋଜ ଟୀକା ଗ୍ରହଣ କରି ସାରିଛନ୍ତି । ଏହା ବ୍ୟତୀତ ୧୧ ଲକ୍ଷ ୭୯ ହଜାର ୪୫୨ଜଣ କିଶୋରଙ୍କୁ ଟୀକାଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ ।