ରାକ୍ଷୀ ସାୱନ୍ତ ମାଆଙ୍କର କ୍ୟାନସର ଅପରେସନ୍‌ ସଫଳ, ଧନ୍ୟବାଦ ସଲମାନ ଖାନ

0

(ମୁମ୍ବାଇ) : ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କର କ୍ୟାନସର ଅପରେସନ୍‌ ସଫଳ ହୋଇଛି। ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ରାକ୍ଷୀ ମାଆଙ୍କ ପାଇଁ ଟିଭିରେ ଅନେକ ଥର ସାହାଯ୍ୟ ମାଗିଥିଲେ। ଏହାକୁ ଦେଖିବା ପରେ ସଲମାନ ଖାନ ରାକ୍ଷୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ରାଖୀଙ୍କ ମା’ଙ୍କ ଅପରେସନ୍ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ। ମା’ଙ୍କ ଅପରେସନ ପରେ ବର୍ତ୍ତମାନ ରାକ୍ଷୀ ତାଙ୍କ ସାମ୍ନାରେ ସଲମାନ ଖାନ ଏବଂ ସୋହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ହସ୍ପିଟାଲରୁ ବାହାରିବା ପରେ ରାକ୍ଷୀ ସଡ଼କ ଉପରେ ଆଣ୍ଠୁ ମାଡ଼ି କାନ୍ଦି କାନ୍ଦି ସଲମାନ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାକ୍ଷୀଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ରାକ୍ଷୀ କହୁଛନ୍ତି- ଆଜି ସକାଳେ ମୋ ମାଆଙ୍କ ଅପରେସନ ହୋଇସାରିଛି। ମୁଁ ଇନଷ୍ଟାଗ୍ରାମରେ ମାଆଙ୍କର ଟ୍ୟୁମର ଭିଡ଼ିଓ ସେୟାର କରିଛି। ଡାକ୍ତର କହିଲେ, ଯଦି ସେ ଶୀଘ୍ର ଆସି ନଥାନ୍ତେ ତ ତାଙ୍କର ବଞ୍ଚିବା ମୁସ୍କିଲ ହୋଇ ଯାଇଥାନ୍ତା ।